ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର ଡ୍ରଗ୍ସ ସେବନ ମାମଲାରେ ଗିରଫ
ବେଙ୍ଗାଲୁରୁ: ଜୁନ ୧୩: ରବିବାର ରାତିରେ ବେଙ୍ଗାଲୁରୁ ନଗରୀରେ ଆୟୋଜିତ ପାର୍ଟିରେ ଡ୍ରଗ୍ ସେବନ କରିଥିବା ଅଭିଯୋଗରେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ପୁଲିସ ଅଟକ ରଖିଛି । ପ୍ରଥମେ ତାଙ୍କୁ ଅଟକ ରଖାଯାଇଥିଲା । ସୁର୍ନିଦ୍ଦିଷ୍ଟ ସୂଚନା ପାଇବା ପରେ ଏମଜି ରୋଡ ସ୍ଥିତ ପାର୍କ ହୋଟେଲ୍ ପବରେ ବେଙ୍ଗାଲୁରୁ ପୁଲିସ ଚଢାଉ କରିଥିଲା । ସେଠାରେ ସମବେତ ୩୫ଜଣ ଅତିଥିଙ୍କ ନମୁନା ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ […]
ବେଙ୍ଗାଲୁରୁ: ଜୁନ ୧୩: ରବିବାର ରାତିରେ ବେଙ୍ଗାଲୁରୁ ନଗରୀରେ ଆୟୋଜିତ ପାର୍ଟିରେ ଡ୍ରଗ୍ ସେବନ କରିଥିବା ଅଭିଯୋଗରେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ପୁଲିସ ଅଟକ ରଖିଛି । ପ୍ରଥମେ ତାଙ୍କୁ ଅଟକ ରଖାଯାଇଥିଲା । ସୁର୍ନିଦ୍ଦିଷ୍ଟ ସୂଚନା ପାଇବା ପରେ ଏମଜି ରୋଡ ସ୍ଥିତ ପାର୍କ ହୋଟେଲ୍ ପବରେ ବେଙ୍ଗାଲୁରୁ ପୁଲିସ ଚଢାଉ କରିଥିଲା । ସେଠାରେ ସମବେତ ୩୫ଜଣ ଅତିଥିଙ୍କ ନମୁନା ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ସେମାନଙ୍କ ମଧ୍ୟରୁ ସିଦ୍ଧାନ୍ତଙ୍କ ରିପୋର୍ଟରେ ମଧ୍ୟ ଡ୍ରଗ୍ସ ସେବନ କରିଥିବା ପୁଲିସ ଅଧିକାରୀମାନେ କହିଛନ୍ତି । ବାକି ୫ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ ମଧ୍ୟ ଜଣେ ଅଭିନେତା ଏବଂ ସେ ୨୦୨୦ େୱବ୍ ସିରିଜ୍ ଭେକାଲ୍ରେ ଚିଣ୍ଟୁ ଦେ ରିତ୍ରରେ ଅଭିନୟ କରିଛନ୍ତି । ସୁଟ୍ଆଉଟ୍ ଆଟ୍ ବଡ଼ାଲା, ଅଗ୍ଲି, ହସୀନା ପାକର୍ର, ଚେହେରେ ଆଦି ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି । ଭାଗମ୍ ଭାଗ୍, ଚୁପ୍ ଚୁପ୍ କେ, ଭୁଲ୍ ଭୁଲେୟା ଏବଂ ଢୋଲ୍ ଆଦି ଚଳଚ୍ଚିତ୍ରରେ ସେ ଅନ୍ୟତମ ସହକାରୀ ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ ରଖିଥିବା ଅଭିଯୋଗରେ ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ ଜେରା କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଶ୍ରଦ୍ଧା କପୁର ବି ସାମିଲ ଥିଲେ । କି;ୁ, ତାଙ୍କ ନିକଟରୁ ସେଭଳି କିଛି ଉଲ୍ଲେଖଯୋଗ୍ୟ ପ୍ରମାଣ ମିଳି ନ ଥିଲା । ସେତେବେଳେ ଏନସିବି ଶ୍ରଦ୍ଧା କପୁର, ସାରା ଅଲି ଖାଁ ଏବଂ ଦୀପିକା ପାଡୁକୋନ୍ଙ୍କୁ ମଧ୍ୟ ଉକ୍ତ ମାମଲା ସହ ଜଡ଼ିତ ଥିବା ହ୍ୱାଟସଆପ୍ ଚାଟକୁ ଆଧାର କରି ଜେରା କରିଥିଲା ।




