ଏସଆଇ ପରୀକ୍ଷା ସ୍କାମ,୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାପାଇଁ ଆବେଦନ କଲା ସିବିଆଇ
By: Samaya Live News
ଭୁବନେଶ୍ୱର : ପୁଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲା । ପୁଣି ଥରେ ରିମାଣ୍ଡରେ ଯିବେ ୪ ଅଭିଯୁକ୍ତ । ଅଭିଯୁକ୍ତମାନଙ୍କୁ ୫ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଛି । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ରିମାଣ୍ଡ ଆବେଦନ କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଛି ।
ସମ୍ବନ୍ଧିତ ଖବର ବର୍ତ୍ତମାନ କୌଣସି ପଞ୍ଚାୟତ କି ବ୍ଲକ୍ ଗଠନ ହେବ ନାହିଁ - ମନ୍ତ୍ରୀ
ସେପଟେ,ବିହାରରୁ ଜଣେ ଅଭିଯୁକ୍ତକୁ ଉଠାଇ ଆଣି ଭୁବନେଶ୍ବରରେ ଜେରା କରୁଛି ସିବିଆଇ । ଭୁବନେଶ୍ବରର ସିବିଆଇ କାର୍ଯ୍ୟାଳୟରେ ନୀତିଶ କୁମାରକୁ ଝାଳବୁହା ଜେରା ଚାଲିଛି । ସେ ଦଲାଲ ବିରଞ୍ଚି ନାୟକର ଅନ୍ୟତମ ସହଯୋଗୀ ଥିଲା । ନୀତିଶ ପ୍ରାୟ ୭୦୦ ଜଣ ପରୀକ୍ଷାର୍ଥୀ ମାନଙ୍କୁ ଟ୍ରେନିଂ ଦେଇଥିବା ସିବିଆଇ ଜାଣିବାକୁ ପାଇଥିଲା ।
ସମ୍ବନ୍ଧିତ ଖବର ଜାରି ରହିଛି ଇଣ୍ଡିଗୋ ବିମାନ ଉଡାଣ ବିଭ୍ରାଟ
Tags:


