ଦୋକାନରେ ନିଆଁ ଲାଗି ଜଳିଗଲେ ପରିବା ଦୋକାନୀ
କେନ୍ଦ୍ରାପଡା : ଦୋକାନ ଭିତରୁ ପରିବା ଦୋକାନୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଶୁକ୍ରବାର ବିଳମ୍ଵିତ ରାତିରେ କେନ୍ଦ୍ରାପଡା-କୁଦାନଗରି ଥାନା କଳାବୁଦା ବାରୁଣୀ ଛକରେ ଥିବା ଏକ ପରିବା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ସମୟରେ ପରିବା ଦୋକାନୀ ଦୋକାନରେ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା। ଫଳରେ ଦୋକାନୀ ଜଣଙ୍କ ଜିଅନ୍ତା ଜଳିଯାଇଛନ୍ତି । ମୃତକ ହେଲେ କୁଦାନଗରୀ ଥାନା ଗୋବିନ୍ଦପୁର ଗାଁ ର ସୁବାଷ ଚନ୍ଦ୍ର ମଲ୍ଲିକ (୪୫) I ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କେହି ଜଣେ ନିଆଁ ଲଗାଇ ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । କୁଦାନଗରୀ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
Tags:




