ଅନୁଗୁଳରେ ଗୁଳିମାଡ଼ ,୨ ଗୁରୁତର

ଅନୁଗୁଳରେ ଗୁଳିମାଡ଼ ,୨ ଗୁରୁତର

ଅନୁଗୁଳ :  ଅନୁଗୁଳ ଦୁର୍ବୁତ୍ତଙ୍କ ଆତଙ୍କ ରାଜ । ମଧ୍ୟରାତ୍ରିରେ ଆସି କଲେ ଗୁଳିମାଡ଼ । ଗତକାଲି ବିଳମ୍ବିତ ରାତିରେ ଶିକ୍ଷକପଡ଼ା ସ୍ଥିତ ଇକୋ ପାର୍କ ସାମ୍ନାରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଗୁଳିମାଡ଼ରେ ଭବାନୀ ଶଙ୍କର ପ୍ରଧାନ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ସେ ପାର୍କ ସାମନାରେ ଛିଡା ହୋଇଥିବା ବେଳେ ୩ ଦୁର୍ବୁତ୍ତ ଏକ ବାଇକରେ ଆସି ତାଙ୍କୁ ଗୁଳିମାଡ଼ କରିଥିଲେ । ଗୁଳିମାଡରେ ଭବାନୀଙ୍କ ସହ ବିଶ୍ୱଜିତ ନାମକ ଅନ୍ୟଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାରେ ଅନୁଗୁଳ ଟାଉନଥାନା ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର ନୂଆ ସୁଭଦ୍ରା ହିତାଧିକାରୀଙ୍କ ଆବେଦନ ବିଚାରାଧୀନ ଅଛି - ପ୍ରଭାତୀ ପରିଡା

Tags: