୨୦୧୯ ରେ ଜାମିଆ ମାମଲାରେ ଦୋଷ ମୁକ୍ତ ହେଲେ ଶର୍ଜିଲ ଇମାମ

ନୂଆଦିଲ୍ଲୀ : ୨୦୧୯ ଜାମିଆ ହିଂସା ମାମଲାରେ ଛାତ୍ର ନେତା ଶାର୍ଜିଲ ଇମାମ ଏବଂ ଆସିଫ ଇକବାଲ ତନ୍ନା ହେଲେ ଦୋଷ ମୁକ୍ତ I ସାକେତ ଅତିରିକ୍ତ ସେସନ୍ସ କୋର୍ଟ ଜଜ୍‌ ଅରୁଲ ବର୍ମା ଉଭୟଙ୍କୁ ଜାମିଆ ହିଂସା ଘଟଣାରେ ଦୋଷମୁକ୍ତ କରିଛନ୍ତି। ଉଭୟ ହିଂସାରେ ସାମିଲ ଥିବା କୌଣସି ପ୍ରକାରର ପ୍ରମାଣ ପୁଲିସ୍‌ ଉପସ୍ଥାପନ କରିପାରି ନାହିଁ। ତେଣୁ କୋର୍ଟ ଉଭୟଙ୍କୁ ଦୋଷମୁକ୍ତ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଖବର ଏପର୍ଯ୍ୟନ୍ତ ଆସିନାହିଁ I […]

Samaya Live Picture
Published On

ନୂଆଦିଲ୍ଲୀ : ୨୦୧୯ ଜାମିଆ ହିଂସା ମାମଲାରେ ଛାତ୍ର ନେତା ଶାର୍ଜିଲ ଇମାମ ଏବଂ ଆସିଫ ଇକବାଲ ତନ୍ନା ହେଲେ ଦୋଷ ମୁକ୍ତ I ସାକେତ ଅତିରିକ୍ତ ସେସନ୍ସ କୋର୍ଟ ଜଜ୍‌ ଅରୁଲ ବର୍ମା ଉଭୟଙ୍କୁ ଜାମିଆ ହିଂସା ଘଟଣାରେ ଦୋଷମୁକ୍ତ କରିଛନ୍ତି। ଉଭୟ ହିଂସାରେ ସାମିଲ ଥିବା କୌଣସି ପ୍ରକାରର ପ୍ରମାଣ ପୁଲିସ୍‌ ଉପସ୍ଥାପନ କରିପାରି ନାହିଁ। ତେଣୁ କୋର୍ଟ ଉଭୟଙ୍କୁ ଦୋଷମୁକ୍ତ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଖବର ଏପର୍ଯ୍ୟନ୍ତ ଆସିନାହିଁ I

ସୂଚନାଯୋଗ୍ୟ ଇମାମ୍‌ ୨୦୧୯, ଡିସେମ୍ବର ୧୩ରେ ‘ଜାମିଆ ମିଲିଆ ଇସ୍‌ଲାମିଆ’ ଏବଂ ୨୦୧୯ ଡିସେମ୍ବର ୧୬ରେ ‘ଆଲିଗଡ଼ ମୁସ୍‌ଲିମ୍‌ ୟୁନିଭର୍ସିଟି’ରେ ଭାଷଣ ଦେବା ବେଳେ ଭାରତରୁ ଆସାମ ଓ ଉତ୍ତରପୂର୍ବର ବାକି ଅଂଶ ବିଚ୍ଛିନ୍ନ କିରିଦେବେ ବୋଲି ଧମକ ଦେଇଥିଲେ। ନାଗରିକ ସଂଶୋଧନ ଅଧିନିୟମ (CAA) ଏବଂ ‘ନ୍ୟାସ୍‌ନାଲ୍‌ ରେଜିଷ୍ଟର୍‌ ଅଫ୍‌ ସିଟିଜେନ୍‌ସ୍‌’ (ଏନ୍‌ଆର୍‌ସି) ବିରୋଧରେ ପ୍ରତିବାଦ ସମୟରେ ଇମାମ୍‌ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ସମୟରେ ସାମ୍ପ୍ରଦାୟିକ ହିଂସା ଓ ଦଙ୍ଗା ସୃଷ୍ଟି କରୁଥିବା ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ବିଭାଗ ଅଧୀନରେ ପୋଲିସ ଏଫ୍ଆଇଆର୍ ପଞ୍ଜିକରଣ କରିଥିଲା। ତେବେ ଏହି ମାମଲାର ଶୁଣାଣି ବେଳେ ସାକେତ ଅଦାଲତ ଇମାମ୍‌ଙ୍କ ଓକିଲଙ୍କ ଯୁକ୍ତି ଗ୍ରହଣ କରିଥିଲେ। ତାଙ୍କ ଓକିଲ କହିଥିଲେ ଯେ, ହିଂସା ନୁହେଁ, କେବଳ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସପକ୍ଷରେ ସେ ପ୍ରଚାର କରିଥିଲେ। କିନ୍ତୁ ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଉସୁକାଇବା ଷଡଯନ୍ତ୍ର ମାମଲାରେ ସେ ଅଭିଯୁକ୍ତ ହୋଇଥିବାରୁ ଇମାମ ବର୍ତ୍ତମାନ ଜେଲରେ ରହିବେ।