ଭିଜିଲାନ୍ସ ଜାଲରେ ହିନ୍ଦୋଳ ସବ - ରେଜିଷ୍ଟ୍ରେସନ ଅଫିସ ବରିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ହିନ୍ଦୋଳ ସବ - ରେଜିଷ୍ଟ୍ରେସନ ଅଫିସ ବରିଷ୍ଠ କିରାଣୀ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ। ପେନସନ ଟଙ୍କାହଡପ କରିଥିବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଟ୍ରେଜେରୀ ଅଫିସର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଚଞ୍ଚକତା କରି ଟ୍ରେଜେରୀର ୬୮ଲକ୍ଷ ୮୫ ହଜାର ୪୮୫ ଟଙ୍କା ହଡ଼ପ କରି ନେଇଥିଲେ ମନୋରଞ୍ଜନ ସାହୁ । ପରିବାର ପେନସନଧାରୀଙ୍କ ଟଙ୍କାକୁ ନିଜ ବ୍ୟାଙ୍କ ଆକାଉଣ୍ଟ ଏବଂ କିଛି ସମ୍ପର୍କୀୟଙ୍କ ଆକାଉଣ୍ଟଙ୍କୁ କ୍ରେଡିଟ୍ କରି ଦୀର୍ଘ ୨ ବର୍ଷ ଧରି ଫେରାର ହୋଇଯାଇଥିଲେ । ଏହି ଘଟଣାରେ ଭିଜିଲାନ୍ସ ତଦନ୍ତ ଜାରି ରହିଥିଲା । ଗତକାଲି ତାଙ୍କ ଗାଁ ନିକଟରେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଆଜି ତାଙ୍କୁ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ହଜାର କରାଯିବ । ଏହି ମାମଲାରେ କଟକ ଭିଜିଲାନସରେ ଏକ ମାମଲା ରୁଜୁ ହୋଇଛି । 

Read More ନିରବି ଗଲେ ହ୍ୟୁମାନ,ଜନ୍ମ ମାଟିରେ ହେବ ଶେଷକୃତ୍ୟ

Tags: