ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ (RWSS) ର ବରିଷ୍ଠ କିରାଣୀ I ନିଜ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ କାଗଜପତ୍ର କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କିରାଣୀ ଟି. ଭେଙ୍କଟଗିରି ରାଓ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି I ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଟି. ଭେଙ୍କଟଗିରି ରାଓଙ୍କ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ  ଟିମ୍ ।
 
ସୂଚନା ମୁତାବକ, ୩୧.୦୩.୨୦୨୪ରେ ଅବସରପ୍ରାପ୍ତ ଫିଟର ତ୍ରିଲୋଚନ ଶବରଙ୍କ ଠାରୁ ପେନ୍ସନ୍ ଏବଂ ଗ୍ରାଚୁଇଟି କରାଇଦେବା ପାଇଁ ଶ୍ରୀ ରାଓ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ଏନେଇ ତ୍ରିଲୋଚନ ଶବର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ଯୋଜନାମୁତାବକ ତ୍ରିଲୋଚନ ବୁଧବାର ଦିନ ଟି.ରାଓଙ୍କ  ଭବାନୀପାଟଣାସ୍ଥିତ ତାଙ୍କ ସରକାରୀ କ୍ୱାର୍ଟରକୁ ଯାଇ ସେ ମାଗିଥିବା  ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢାଉ କରିଥିଲା  । ଏହି ସମୟରେ ଟି. ଭେଙ୍କଟଗିରି ରାଓ ତାଙ୍କ କ୍ୱାର୍ଟରର ଝରକା ଦେଇ ଲାଞ୍ଚ ଟଙ୍କାକୁ ଫୋପାଡ଼ି ଦେବାକୁ ଚେଷ୍ଟା କରୁଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତାଙ୍କଠାରୁ ରଙ୍ଗ ବୋଳା ଟଙ୍କା ଜବତ କରଯାଇ ତାଙ୍କ ତିନୋଟି ସ୍ଥାନରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍ ।
 
 
odisha-vigilancenaijpg_1761651297060
Tags: