କେଜି ହିଲ୍ସ ଜଙ୍ଗଲରେ ମାଓ ଯାଜନା ପଣ୍ଡ କଲେ ସୁରକ୍ଷାବାହିନୀ

କେଜି ହିଲ୍ସ ଜଙ୍ଗଲରେ ମାଓ ଯାଜନା ପଣ୍ଡ କଲେ ସୁରକ୍ଷାବାହିନୀ
Samaya Live News Picture
Published On

ମାଲକାନଗିରି : ମାଓ ବିରୋଧୀ ଅପରେସନରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ଛତିଶଗଡ଼ ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ କେଜି ହିଲ୍ସ (କାରେଗୁଟ୍ଟା ପାହାଡ଼) ଜଙ୍ଗଲରେ ବଡ଼ ଧରଣର ମାଓ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାବାହିନୀ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଜଙ୍ଗଲ ଭିତରେ ଲୁଚାଇ ରଖିଥିବା ୭୧୧ଟି ବିଜିଏଲ୍ ସେଲ୍ ଜବତ କରିଛନ୍ତି ସୁରକ୍ଷାବାହିନୀ । ତାଡ଼ାପାଲା ଏଫ୍ଓବି ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ଏହି ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିବା ସୂଚନା ମିଳିଛି । ବିଜାପୁର ପୋଲିସ, ସିଆରପିଏଫ୍ ୧୯୬ ବାଟାଲିୟନ ଏବଂ କୋବ୍ରା ବାହିନୀ ମିଳିତ ଭାବରେ  ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ଏହି ବିସ୍ଫୋରକ ସାମଗ୍ରୀ ଗୁଡ଼ିକୁ ସୁରକ୍ଷା ନିୟମ ଅନୁଯାୟୀ ସୁରକ୍ଷା ବାହିନୀ ନିଜ ହେପାଜତକୁ ନେଇଛନ୍ତି । ଅନ୍ୟପକ୍ଷରେ କର୍ରେଗୁଟ୍ଟା ଏବଂ ଏହାର ଆଖପାଖ ପାହାଡ଼ିଆ ଅଞ୍ଚଳକୁ ବର୍ତ୍ତମାନ ନଯିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ସତର୍କ କରାଯାଇଛି । ଏହି ଅଞ୍ଚଳରେ ଏବେ ମଧ୍ୟ ଆଇଇଡି ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଥିବା ଆଶଙ୍କା କରାଯାଉଛି । ଆଗାମୀ ଦିନରେ ଯୋଜନାବଦ୍ଧ ଭାବେ ଡି-ମାଇନିଂ ଅଭିଯାନ ଚଳାଇ ବିସ୍ଫୋରକଗୁଡ଼ିକୁ ନିଷ୍କ୍ରିୟ କରାଯିବ ବୋଲି କୁହାଯାଇଛି ।

Tags: