ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେଲା ସ୍କୁଲ ଛତ୍ରୀ ଗଣଦୁଷ୍କର୍ମ ମାମଲା
ରାଜକନିକା : ରାଜକନିକା ଲଜ୍ଜା I ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେଲା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ସ୍କୁଲ ଛତ୍ରୀ ଗଣଦୁଷ୍କର୍ମ ମାମଲା । ଜଘନ୍ୟ ଓ ସମ୍ବେଦନଶୀଳ ଘଟଣା ଯୋଗୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଛି । ସପ୍ତମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାକୁ ଗୁରୁତର ସହ ନେଇ ଏହାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ନିର୍ଦ୍ଦେଶ ପାଇବା ପରେ କ୍ରାଇମବ୍ରାଞ୍ଚ ଏହି ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିଛି।ପୀଡ଼ିତା ସପ୍ତମ ଶ୍ରେଣୀ ଛାତ୍ରୀ ଯୋଗୁ ମାମଲାଟି CAW ଟିମ୍ କୁ ହସ୍ତାନ୍ତର କରାଯାଇଛି । ଖୁବଶୀଘ୍ର ଏକ ଟିମ୍ ମାମଲାର ମନିଟର କରିବ। ରେୟାରେଷ୍ଟ ଅଫ୍ ରେୟାର କେସ୍ ଭାବେ କ୍ରାଇମବ୍ରାଞ୍ଚର ସିନିୟର ଅଫିସରଙ୍କ ଦ୍ବାରା ମାମଲାର ସୁପରଭିଜନ ଜାରି ରହିଛି । ତଦନ୍ତ ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ହେଡ କ୍ବାର୍ଟରରୁ ହେଉଛି ମନିଟର । ଡିଜିଟାଲ ପ୍ରମାଣ, ମେଡିକାଲ ଟେଷ୍ଟ ଓ ସାଇଣ୍ଟିଫିକ ରିପୋର୍ଟର ସରଜମିନ ତଦନ୍ତ ଜାରି ରହିଛି । SOP ଆଧାରରେ ପୀଡ଼ିତାଙ୍କ ବୟାନର ଅଡିଓ ଭିଡିଓ ଷ୍ଟେଟମେଣ୍ଟ ରେକର୍ଡିଂ କରାଯିବ ।
ଏପଟେ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ରାଜକନିକା ପୋଲିସ । କେନ୍ଦ୍ରାପଡ଼ା ରାଜକନିକା ଥାନା ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଗଣଦୁଷ୍କର୍ମ ଅଭିଯୋଗରେ ୩ ଜଣ ଶିକ୍ଷକ ଓ ଜଣେ ପିଅନକୁ ଗିରଫ କରାଯାଇଛି । ଜଣେ ଶିକ୍ଷୟିତ୍ରୀ ଏମାନଙ୍କୁ ସହଯୋଗ କରୁଥିଲେ। ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା। ନାବାଳିକା ଛାତ୍ରୀଙ୍କୁ ଚତୁର୍ଥରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଦୀର୍ଘ ୪ ବର୍ଷ ଧରି ଦୁଷ୍କର୍ମ କରୁଥିଲେ ।



