ସରପଞ୍ଚଙ୍କ ସ୍ୱାମୀଙ୍କ ଉପରକୁ ଗୁଳିମାଡ଼
ନରସିଂହପୁର : କଟକ ଜଲ୍ଲା ନରସିଂହପୁରରେ ଗୁଳିକାଣ୍ଡ। ମାଣିଆବନ୍ଧ ସରପଞ୍ଚଙ୍କ ସ୍ବାମୀଙ୍କୁ ଗୁଳିମାଡ଼ ହୋଇଛି । ବଡ଼ମ୍ବା ବ୍ଲକ ମାଣିଆବନ୍ଧ ଥାନା କୁଆଁପାଳ ଛକରେ ୩ ଜଣ ଯୁବକ ଏକ ବାଇକରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ଗୁଳିମାଡ଼ରେ ସେ ଗୁରୁତର ଆହତ ହୋଇଥିବାବେଳେ ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି ।
Tags:




