ଯାଜପୁରରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ
ଯାଜପୁର: ମାର୍ଚ୍ଚ ୨୬: ବାଲିଘାଟକୁ କେନ୍ଦ୍ରକରି ବୋମାମାଡ଼ । ଜଣେ ଲିଜ୍ଧାରୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲାରେ ମାଫିଆଙ୍କ ନିୟନ୍ତ୍ରଣରେ ବାଲିଘାଟ। ଅଧିକାରୀ ଓ ରାଜନେତାଙ୍କ ପ୍ରୋତ୍ସାହନ ପାଇଁ ଚାଲିଛି ମନଇଚ୍ଛା ଲୁଟ୍। ଫଳରେ ଶହ ଶହ କୋଟି ଟଙ୍କା ରାଜସ୍ୱ ଲୁଟ୍ ହେଉଛି। ଚଳିତମାସରେ ୪୬ଟି ବାଲିଘାଟର ଖନନ ଅନୁମତି ଶେଷହେବାକୁ ଥିବାବେଳେ ଆହୁରି ଆଇନ୍ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆସନ୍ତା ୩୧ତାରିଖ ସୁଦ୍ଧା ଜିଲ୍ଲାର ଯେଉଁ ୪୬ଟି ବାଲିଘାଟର ଖନନ […]
ଯାଜପୁର: ମାର୍ଚ୍ଚ ୨୬: ବାଲିଘାଟକୁ କେନ୍ଦ୍ରକରି ବୋମାମାଡ଼ । ଜଣେ ଲିଜ୍ଧାରୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲାରେ ମାଫିଆଙ୍କ ନିୟନ୍ତ୍ରଣରେ ବାଲିଘାଟ। ଅଧିକାରୀ ଓ ରାଜନେତାଙ୍କ ପ୍ରୋତ୍ସାହନ ପାଇଁ ଚାଲିଛି ମନଇଚ୍ଛା ଲୁଟ୍। ଫଳରେ ଶହ ଶହ କୋଟି ଟଙ୍କା ରାଜସ୍ୱ ଲୁଟ୍ ହେଉଛି। ଚଳିତମାସରେ ୪୬ଟି ବାଲିଘାଟର ଖନନ ଅନୁମତି ଶେଷହେବାକୁ ଥିବାବେଳେ ଆହୁରି ଆଇନ୍ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆସନ୍ତା ୩୧ତାରିଖ ସୁଦ୍ଧା ଜିଲ୍ଲାର ଯେଉଁ ୪୬ଟି ବାଲିଘାଟର ଖନନ ଅନୁମତି ଶେଷହେବ, ସେଥିମଧ୍ୟରୁ ସର୍ବାଧିକ ୧୪ଟି ରହିଛି ଯାଜପୁର ତହସିଲ୍ ଅଧୀନରେ। ସେହିଭଳି, ବରୀ, ଧର୍ମଶାଳା ଓ ରସୁଲପୁରରେ ପ୍ରତ୍ୟେକ ବ୍ଲକ୍ ରେ ୭ଟି କରି ବାଲିଘାଟ, ବ୍ୟାସନଗର ତହସିଲରେ ୫ଟି, ବିଂଝାରପୁରରେ ୪ଟି, ଦର୍ପଣ ଓ ଦଶରଥପୁରରେ ୧ଟି କରି ବାଲିଘାଟର ଖନନ ଅନୁମତି ଶେଷ ହେବ। ଏହି ବାଲିଘାଟର ସିଟିଓ ସମୟ ସୀମା ଧାର୍ଯ୍ୟ ହୋଇଛି। ତେବେ ବାରମ୍ବାର ଏପରି ବାଲିମାଫିଆଙ୍କ ଉପରେ ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହେଉଛି ।




