ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପିଜି ଛାତ୍ରଙ୍କ ଆତ୍ମହତ୍ୟା
ଭୁବନେଶ୍ୱର : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ର ଜଣକ ହେଲେ ସୁରଜ କୁଜୁର । ତାଙ୍କ ଘର ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଅଂଚଳରେ। ସେ ଅର୍ଥନୀତି ବିଭାଗର ଦ୍ୱିତୀୟ ବର୍ଷର ପିଜି ଛାତ୍ର ଥିଲେ । କିଛି ଦିନ ହେବ ସେ ଅବସାଦ ଗ୍ରସ୍ତ ରହିଥିବା ସୂଚନା ମିଳିଛି । ସହପାଠୀଙ୍କ ଉତ୍ତର ଆଧାରରେ ସେ ପ୍ରାୟ ସମୟ ଚୁପଚାପ୍ ରହୁଥିଲେ ଏବଂ ସାଙ୍ଗ ମାନଙ୍କ ସହିତ ବିଶେଷ କଥାବର୍ତା ମଧ୍ୟ କରୁ ନଥିଲେ ।
ଗତକାଲି ସନ୍ଧ୍ୟା ସମୟରେ ସୁରଜ ନିଜ କକ୍ଷରୁ ବାହାରକୁ ଆସି ନଥିଲେ । କିନ୍ତୁ ଜଣେ ସାଙ୍ଗକୁ ପାଠ ସମ୍ବନ୍ଧୀୟ ଖାତା ମାଗିଥିଲେ ବୋଲି ସୂଚନା ମିଳିଛି । ତେବେ ଅନେକ ସମୟ ଧରି ସୁରଜ୍ କବାଟ ନ ଖୋଲିବାରୁ ସାଙ୍ଗମାନେ କବାଟ ବାଡେଇଥିଲେ । ଭିତରୁ କୌଣସି ଉତ୍ତର ନାସିବାରୁ ସାଙ୍ଗମାନେ ସ୍କାଇଲାଇଟ ରେ ଚାହିଁବା ବେଳକୁ ସେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ ।
ଏହାପରେ ଛାତ୍ରମାନେ ଛାତ୍ରାବାସ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ଘଟଣା ସମ୍ପର୍କରେ ବୁର୍ଲା ପୁଲିସ ସମେତ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି, କୁଳସଚିବ, ମୃତ ଛାତ୍ରଙ୍କ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । କାହିଁକି ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି ।



