ଦିନ ଦି'ପହରେ ଗହଣା ଦୋକାନରୁ ଲୁଟ

ଦିନ ଦି'ପହରେ ଗହଣା ଦୋକାନରୁ ଲୁଟ

ଭୁବନେଶ୍ୱର : ବିବାହ ଋତୁରେ ସୁନା ବଜାରରେ ଲାଗିଛି ନିଆଁ । ସୁନାର ମହଙ୍ଗା ମାଡ଼ରେ ଗ୍ରାହକ ହନ୍ତସନ୍ତ ହେଉଥିବାବେଳେ ସୁନା ଦୋକାନରୁ ହୋଇଛି ଲୁଟ । ଆଜି ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଥାନା କଳିଙ୍ଗ ବିହାର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଗ୍ରାହକ ବେଶରେ ଆସି ସେଠାରେ ଥିବା ଏକ ଗହଣା ଦୋକାନରୁ ଲୁଟି ନେଇଛନ୍ତି ସୁନା ଗହଣା । ମୁହଁକୁ ସ୍ପ୍ରେ ମାରି ୬ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଛି । ଦିନ ଗୋଟାଏ ବେଳେ ଲୁଟେରା ଜଣକ ପ୍ରଥମେ ଗହଣା କିଣିବା ବାହାନାରେ ଆସି କିଛି ମୁଦି ଏବଂ ଚେନ ଦେଖିଥିଲେ । ଏହାପରେ ୩ ଟି ଝିଅଙ୍କ ମୁଦି ଏବଂ ୨ଟି ପୁଅ ମୁଦି ଗୋଟାଏ ଝିଅ  ଓ ଆଉ ଗୋଟାଏ ପୁଅ ଚେନ ପସନ୍ଦ କରି ଦୋକାନୀଙ୍କୁ ଏହାକୁ ଓଜନ କରି ଦାମ ପଚାରିଥିଲେ । ଏହି ସମୟରେ ଦୋକାନୀ ଜଣକ ଏକୁଟିଆ ଥିବାର ସୁଯୋଗ ନେଇ ତାଙ୍କ ଆଖିକୁ ପିପର ସ୍ପ୍ରେ କରି ସମସ୍ତ ଅଳଙ୍କାର ଧରି ଛୁ ମାରିଥିଲେ । ସମୁଦାୟ ୬ ଲକ୍ଷ ଟଙ୍କାର ଗହଣା ଲୁଟିନେଇଥିବା ଦୋକାନୀ ଜଣକ କହିଛନ୍ତି । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଆଧାରରେ ତମାଣ୍ଡୋ ଥାନା ପୁଲିସ ଯାଞ୍ଚ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ମନ୍ତ୍ରୀ ପରିଷଦର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

Tags: