ରିଙ୍କୁ ହତ୍ୟାକାଣ୍ଡର ପର୍ଦ୍ଦା ଫାଶ,୫ ଗିରଫ

ରିଙ୍କୁ ହତ୍ୟାକାଣ୍ଡର ପର୍ଦ୍ଦା ଫାଶ,୫ ଗିରଫ

କଟକ : କଟକ ପ୍ରେସ କଲୋନୀ କ୍ରିକେଟର ରିଙ୍କୁ ଜେନା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ । ଥଟ୍ଟାମଜାରୁ ଯୁକ୍ତିତର୍କ ଓ ପରେ ଗୁଳିକାଣ୍ଡ । ଏହି ଘଟଣାରେ ନାଣ୍ଡୁ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ହୁକୁ ଓରଫ ଉତ୍କଳ କେଶରୀ ପଶାୟତ୍ ବନ୍ଧୁକ ଧରି ଗୁଳି ଚଳାଇ ଥିଲା । ବନ୍ଧୁକ ଆଣିଥିଲା ନାଣ୍ଡୁ ଓରଫ ଅଭିଜିତ ମହାନ୍ତି । କଟକ ଡିସିପି ପ୍ରେସମିଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଥଟ୍ଟା ମଜା ଓ ପରେ ଆରୋପ ପ୍ରତ୍ୟାରୋପରୁ ସୌମ୍ୟରଞ୍ଜନ ଓରଫ୍ ରିଙ୍କୁଙ୍କୁ ଗୁଳିମାଡ଼ ହୋଇଥିଲା।

ସମ୍ବନ୍ଧିତ ଖବର ଆଗୁଆ ହେବ ପିଜି ନାମଲେଖା,୨୪ ସୁଦ୍ଧା ତଥ୍ୟ ଦେବେ ଶିକ୍ଷାନୁଷ୍ଠାନ

ସୂଚନାନୁସାରେ,ଗତ ୧୮ ତାରିଖ ଘଟଣା ଦିନ ଭୋଜିରେ ୬ ଜଣ ମଦ୍ୟପାନ କରିଥିଲେ। ଉତ୍କଳ କେଶରୀ ପଶାୟତ୍ ବନ୍ଧୁକ ନେଇ ବାହାରକୁ ଯାଇଥିଲା । କୌଣସି କଥାକୁ ନେଇ ପ୍ରଥମେ ଥଟ୍ଟାମଜା ପରେ ଯୁକ୍ତିତର୍କ ହୋଇଥିଲା । ପରେ ହୁକୁ ଓରଫ୍‌ ଉତ୍କଳ କେଶରୀ ପଶୟାତ ରିଙ୍କୁ ଓରଫ ସୌମ୍ୟରଂଜନ ଜେନାଙ୍କୁ ଗୁଳିକରିଥିଲା I ତାଙ୍କୁ ବନ୍ଧୁକ ଯୋଗାଇଥିଲା ନାଣ୍ଡୁ ଓରଫ ଅଭିଜିତ ମହାନ୍ତି I  ଗୁଳିକାଣ୍ଡ ପରେ ତୁରନ୍ତ ରିଙ୍କୁଙ୍କୁ ହସ୍ପିଟାଲ୍‌ ନିଆଯାଇନଥିଲା। ଜଣଙ୍କ ମୁଣ୍ଡରେ ଦୋଷ ଲଦି କିପରି ଅନ୍ୟମାନେ ଖସିଯିବେ , ସେ ନେଇ ଯୋଜନା କରିଥିଲେ । ଏଥିପାଇଁ ରିଙ୍କୁ ଙ୍କୁ ହସ୍ପିଟାଲ ନେବାକୁ ବିଳମ୍ବ ହୋଇଥିଲା। ତୁରନ୍ତ ମେଡିକାଲ୍‌ ପହଞ୍ଚାଇଥିଲେ ହୁଏତ ଫଳ କିଛି ଅଲଗା ହୋଇଥାନ୍ତା।

ସମ୍ବନ୍ଧିତ ଖବର ୧୯ ରୁ ମାଟ୍ରିକ ପରୀକ୍ଷା,୯ଟା ୩୦ ପର୍ଯ୍ୟନ୍ତ ସେଣ୍ଟରରେ ପହଞ୍ଚିବେ ପରୀକ୍ଷାର୍ଥୀ

ପୂର୍ବରୁ ନାଣ୍ଡୁ ଭୁବନେଶ୍ୱରରେ ଏକ ମାମଲାରେ ମଧ୍ୟ ୱାଣ୍ଟେଡ୍‌ ଥିଲା। ଖାଲି ବନ୍ଧୁକ ଆଣୁଛ, ନାଁ ଫୁଟାଇ ପାରିବ କଥା ଉଠିଥିଲା। ସମସ୍ତେ ନିଶା ସେବନ କରିଥିବା ସିସିଟିଭି ଫୁଟେଜ୍‌ ରୁ ମିଳିଛି । ଏହା ପରେ ଦୁଇ ଜଣ ବନ୍ଧୁକ ନେଇ ଗୋଟିଏ ରାଉଣ୍ଡ ଗୁଳି ମାରିଥିଲେ। ସୌମ୍ୟଙ୍କ ଛାତିରେ ବାଜିଛି ଗୁଳି ବାଜିଥିଲା। ଗୁରୁତର ହୋଇ ପଡ଼ିଥିବା ସୌମ୍ୟରଞ୍ଜନଙ୍କୁ ଏକ ଘରୋଇ ହସ୍ପିଟାଲକୁ ଏବଂ ପରେ ପରେ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୨ଟି ସ୍କୁଟି, କାର ସମେତ ମୋବାଇଲ ଫୋନ ଜବତ୍ କରିଛି ପୋଲିସ ।

ସମ୍ବନ୍ଧିତ ଖବର ଭୁବନେଶ୍ୱରରେ ବଡ଼ ଧରଣର ସଡକ ଦୁର୍ଘଟଣା , ୪ ଆହତ

Tags: