ଅବସରପ୍ରାପ୍ତ ଏଏନଏମ ସୁପରଭାଇଜରଙ୍କୁ ହତ୍ୟା

ଅବସରପ୍ରାପ୍ତ ଏଏନଏମ ସୁପରଭାଇଜରଙ୍କୁ ହତ୍ୟା
Samaya Live News Picture
Published On

କଳାହାଣ୍ଡି : କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗାଁରେ ଏକ ଦୁଃଖଦ ଘଟଣା l ଘରେ ଏକାକୀ ରହୁଥିବା ଜଣେ ଅବସରପ୍ରାପ୍ତ ଏଏନଏମ ସୁପରଭାଇଜରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି  l ତାଙ୍କ ନାଁ ସୁଚିତ୍ରା ଖୁଣ୍ଟିଆ l  ତାଙ୍କ ସ୍ୱାମୀ ଓ ପୁଅ ବାହାରେ ରହୁଥିଲେ l  ସେ ଏକାକୀ ରହୁଥିବାରୁ ଲୁଟ ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି  l କାରଣ ଘରର କବାଟ ଭଙ୍ଗାଯାଇଥିବାବେଳେ  ଘରର ସାମଗ୍ରୀ ସବୁ ଏଣେତେଣେ ବିଛାଡ଼ି ହୋଇ ପଡିଥିବା ଦେଖାଯାଇଥିଲା  l ଖବର ପାଇ ଧର୍ମଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l 

Tags: