ଗୁଳି କରି କାଶ୍ମୀରି ଟିଭି କଳାକାରଙ୍କୁ ହତ୍ୟା
କାଶ୍ମୀର: ମଇ ୨୬: କଶ୍ମୀର ବଡଗାମ ଜିଲ୍ଲାର ଛାଦୁରା ଅଞ୍ଚଳରେ ୩୫ ବର୍ଷିୟ ଆମରିନଙ୍କୁ ଗୁଳି କରାଯାଇଛି । ଆମରିନଙ୍କ ୧୦ ବର୍ଷିୟ ପୁତୁରାଙ୍କୁ ମଧ୍ୟ ଗୁଳି ଲାଗିଛି । ଗୁରୁତର ଅବସ୍ଥାରେ ଆମରିନଙ୍କୁ ହସପିଟାଲ ଅଣାଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସେପଟେ ଆହତ ପୁତୁରାଙ୍କ ଅବସ୍ଥା ସ୍ଥିର ରହିଛି । ଗତକାଲି ରାତି ପ୍ରାୟ ୮ଟାରେ ୩ ଜଣ ଲସ୍କର-ଏ-ତୋଏବା ଆତଙ୍କବାଦୀ ଆମରିନଙ୍କୁ ତାଙ୍କ ଘର ପାଖରେ […]
କାଶ୍ମୀର: ମଇ ୨୬: କଶ୍ମୀର ବଡଗାମ ଜିଲ୍ଲାର ଛାଦୁରା ଅଞ୍ଚଳରେ ୩୫ ବର୍ଷିୟ ଆମରିନଙ୍କୁ ଗୁଳି କରାଯାଇଛି । ଆମରିନଙ୍କ ୧୦ ବର୍ଷିୟ ପୁତୁରାଙ୍କୁ ମଧ୍ୟ ଗୁଳି ଲାଗିଛି । ଗୁରୁତର ଅବସ୍ଥାରେ ଆମରିନଙ୍କୁ ହସପିଟାଲ ଅଣାଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସେପଟେ ଆହତ ପୁତୁରାଙ୍କ ଅବସ୍ଥା ସ୍ଥିର ରହିଛି । ଗତକାଲି ରାତି ପ୍ରାୟ ୮ଟାରେ ୩ ଜଣ ଲସ୍କର-ଏ-ତୋଏବା ଆତଙ୍କବାଦୀ ଆମରିନଙ୍କୁ ତାଙ୍କ ଘର ପାଖରେ ଗୁଳି କରି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ପୁରା ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରାବନ୍ଦୀ କରି ଯାଞ୍ଚ ଆରମ୍ଭ କରିଛନ୍ତି । ଆମରିନ ଭଟ୍ଟ ଜଣେ ଟିଭି କଳାକାର । ଟିକଟକ୍ ଏବଂ ଗୀତ ଦ୍ୱାରା ସେ କାଶ୍ମୀରର ଘରେ ଘରେ ସେ ବେଶ୍ ପରଚିତ ଥିଲେ । ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି ।




