ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା

ମୟୁରଭଞ୍ଜ : ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡାଦେଶ ସହ ଜରିମାନା ।  ଜରିମାନା ଆଦେଶ ଦେଇଛନ୍ତି ବାରିପଦା ଆଡହକ୍ ଆଡିସନାଲ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ୍ସ ଜଜ୍ , ତଥା ପୋକସୋ ଆଇନ୍ ଅଧିନ ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟର ବିଚାରପତି ଏସ କେ ନାୟକ । ପୀଡିତାଙ୍କ ବୟାନ ଠାରୁ ଆରମ୍ଭ କରି ଆସାମୀ ବିରୋଧରେ ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ପୁଲିସର ଚାର୍ଜସିଟ୍ ଅନୁଯାୟୀ ୩୪୧/୩୨୩/୩୭୬ ଆଇପିସି ସହିତ ପୋକସୋ ଆକ୍ଟର ଧାରା ଅନୁଯାୟୀ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଯୀଶୁନାଥ ହେମ୍ବ୍ରମ (୩୮)କୁ ୨୦ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ହୋଇଛି ।

ସମ୍ବନ୍ଧିତ ଖବର ଇଡିରେ ହାଜର ହେଲେ ବାଲି ମାଫିଆ ବିଶ୍ୱଜିତ ପାତ୍ର

ସୂଚନାନୁସାରେ , ୨୦୨୨ ମସିହା ସେପ୍ଟେମ୍ବର ମାସ ୨ତାରିଖ ସନ୍ଧ୍ୟା ୭ ଟା ସମୟରେ ଜଣେ (୬୯ ବର୍ଷୀୟ) ପୀଡିତା ଘରକୁ ଫେରୁବାବେଳେ ତିଳପୋଷି ମାହିରା ପୋଲ ନିକଟରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ  । ତେବେ ପୀଡିତା ଜଣକ ସେଠାରୁ କୌଣସି ମୋତେ ଖସି ଆସି ନିକଟସ୍ଥ କିଷାନତାଣ୍ଡି ଡାକ୍ତରଖାନାରେ ଚିକିତ୍ସା କରାଇ ସେପ୍ଟେମ୍ବର ୯ ତାରିଖରେ ଏବିଷୟରେ ଚିତ୍ରଡା ଏତଲା ଦେଇଥିଲେ । ଅଭିଯୋଗ ପାଇ ପୋଲିସ ଆସାମୀକୁ ଗିରଫ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ମାନ୍ୟବର କୋର୍ଟ ସମସ୍ତ ସାକ୍ଷୀ ଓ ଆବଶ୍ୟକୀୟ ପ୍ରମାଣକୁ ଭିତ୍ତି କରି ଆସାମୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ହଜାର ଟଙ୍କାର ଜରିମାନା ଦେବା ପାଇଁ ଆଦେଶ ଦେଇଛନ୍ତି । ତେବେ ଜରିମାନା ଅନାଦେୟ ହେଲେ ଆସାମୀ ଅଧିକ ୬ ମାସ କାରାଦଣ୍ଡ ଭୋଗିବେ ବୋଲି ବିଚାରପତି ରାୟ ଶୁଣାଇଛନ୍ତି ।

ସମ୍ବନ୍ଧିତ ଖବର ୫ ପଞ୍ଜିକାକୁ ଅନୁମୋଦନ

ସେହିପରି ୩୭୬ (ଏ) ଧାରା ଅନୁଯାୟୀ କୋର୍ଟ ପୀଡିତାଙ୍କୁ ୨ ଲକ୍ଷ ଟଙ୍କା ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଅର୍ଥ କୌଣସି ଜାତୀୟକରଣ ବ୍ୟାଙ୍କରେ ୫ ବର୍ଷ ପର୍ଯ୍ୟନ୍ତ ଜମା ରହିବ । ପରବର୍ତ୍ତୀ ସମୟରେ ଏହା ପୀଡିତାଙ୍କୁ ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ଏହି ମାମଲାକୁ ଓଡିଶା ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ ।

ସମ୍ବନ୍ଧିତ ଖବର ରାଜଧାନୀରେ ୨ଟି ସ୍ଥାନରେ ବାଣ ବିସ୍ଫୋରଣ,୨ ମୃତ ୭ ଗୁରୁତର

Tags: