୮ବର୍ଷ ପରେ ଧରାପଡ଼ିଲେ ଦୁଷ୍କର୍ମ ଅଭିଯୁକ୍ତ ମୌଲାନା

୮ବର୍ଷ ପରେ ଧରାପଡ଼ିଲେ ଦୁଷ୍କର୍ମ ଅଭିଯୁକ୍ତ ମୌଲାନା
Samaya Live News Picture
Published On

ଜଗତପୁର : ଦୁଷ୍କର୍ମ ଏବଂ ହତ୍ୟା ଧମକ ଦେବା ଘଟଣାରେ ଗିରଫ ହେଲେ ଫେରାର ଅଭିଯୁକ୍ତ । ସେ ହେଲେ ଜଗତପୁର ଥାନା ପଦ୍ମପୁର ମୁତାରିଫା ଗ୍ରାମର ମୌଲାନା ସେକ୍ ନଜିମୁଲ ଅରଫିନ୍ ଓରଫ ମୁନା ଓରଫ ହାପିଜ୍ (୪୫) । ସେ ଦୀର୍ଘ ୮ବର୍ଷ ଧରି ଫେରାର ଥିବାବେଳେ ତାଙ୍କୁ ଝାଡ଼ଖଣ୍ଡରୁ ଗିରଫ କରାଯାଇଛି ।

ପୁଲିସ ସୂଚନା ମତାବକ, ମୁତାରିଫା ଗ୍ରାମର ସଂପୃକ୍ତ ପୀଡ଼ିତାଙ୍କ ସ୍ୱାମୀ ସବୁବେଳେ ମଦ ପିଇ ନିଶାସକ୍ତ ଅବସ୍ଥାରେ ରହିନ୍ତି । ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ସବୁବେଳେ କଳିତକରାଳ ହୁଏ । ହାପିଜ୍ ମଦ ଛାଡ଼ିବା ଔଷଧ ଦେଉଥିବାରୁ ପୀଡ଼ିତା ତାଙ୍କୁ ସ୍ୱାମୀଙ୍କ ମଦ୍ୟପାନ ଅଭ୍ୟାସ ଛଡ଼ାଇବା ପାଇଁ ଭେଟିଥିଲେ । ତେବେ ସ୍ୱାମୀଙ୍କ ଚିକିତ୍ସା ଆଳରେ ହାଫିଜ ବାରମ୍ବାର ମହିଳାଙ୍କୁ ବଳାତ୍କାର କରିଥିଲା । ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏନେଇ ପୀଡିତା ୨୦୧୮ ମସିହା ଜୁଲାଇ ୨୭ ତାରିଖରେ ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ସେହିଦିନଠାରୁ ମୌଲାନା କେଉଁଆଡେ ଫେରାର ହୋଇଯାଇଥିଲା । ତେବେ ଦୀର୍ଘ ୮ବର୍ଷ ପରେ ହାପିଜ୍ ଝାଡଖଣ୍ଡ ରହୁଥିବା ସମ୍ପର୍କରେ ଖବର ପାଇ ପୁଲିସ ସେଠାକୁ ଯାଇ ତାକୁ ଗିରଫ କରିଛି । ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଆଇଆଇସି ପ୍ରଶାନ୍ତ କୁମାର ସାସମଲ ସୂଚନା ଦେଇଛନ୍ତି ।

 

Tags: