କଟକ ପହଁଚିଲା ଫେରାର କଏଦୀ ରାଜା ସାହାଣୀ

କଟକ ପହଁଚିଲା ଫେରାର କଏଦୀ ରାଜା ସାହାଣୀ
Samaya Live News Picture
Published On

ଭୁବନେଶ୍ୱର : ଋଷି କେଶରୁ କଡା ସୁରକ୍ଷାରେ କଟକ ପହଁଚିଲା ଚୌଦ୍ୱାର ମଣ୍ଡଳ କାରାଗାରରୁ ଫେରାର ହୋଇଥିବା କଏଦୀ ରାଜା ସାହାଣୀ । ଏନେଇ ଏକ ପ୍ରେସମିଟ କରି ସୂଚନା ଦେଇଛନ୍ତି  ପୋଲିସ କମିଶନର ଏସ ଦେବଦତ୍ତ ସିଂ । ସେ କହିଛନ୍ତି ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ତାକୁ ଆଜି କୋର୍ଟରେ ହାଜର କରାଯିବ । ଏହା ପରେ ଅଧିକ ଖୋଳତାଡ଼ ପାଇଁ ରିମାଣ୍ଡ ଆବେଦନ କରିବ ପୋଲିସ । କେମିତି ଫେରାର ହୋଇଥିଲେ, ସେମାନଙ୍କୁ କିଏ ସହଯୋଗ କରିଥିଲେ ସେ ନେଇ ପୋଲିସ ଖୋଳତାଡ଼ କରିବ  । ଅଭିଯୁକ୍ତ ନାଁରେ ୨୮ଟି ମାମଲାରେ ୱାଣ୍ଟେଡ ଅଛି । ଚୌଦ୍ଵାର ଜେଲରୁ ଫେରାର ହୋଇ କର୍ଣ୍ଣାଟକରେ ଗାର୍ଲ ଫ୍ରେଣ୍ଡ୍ ସହ କେମିତି ଘୁରିବୁଲୁଥିଲା ? କେମିତି ୨୦ କୋଟି ଗହଣା ଲୁଟିଥିଲା ରାଜା ସାହାଣୀ ?  ସେ ସବୁର ଗୁମର୍ ଖୋଲିବ ପୋଲିସ ।  ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ଗୋଡ଼ରେ ବେଡି ପକାଇ ରଖିବାକୁ ପୋଲିସ ଆବେଦନ କରିବ ।  

ପୋଲିସ ସୂଚନାନୁସାରେ, ଚୌଦ୍ୱାର ଜେଲ୍ରୁ ଦୁଇ କଏଦୀ ମଧୁକାନ୍ତ ଏବଂ ରାଜା ସାହାଣୀ ଫେରାର ପରେ ଲଗାତାର ମ୍ୟାନ୍ ହଣ୍ଟ ଜାରି ରଖିଥିଲା କମିଶନରେଟ ପୋଲିସ । ଚୌଦ୍ଵାର ଜେଲରୁ ଫେରାର ହେବା ପରେ, ମହୀଶୂରରେ ଏକ ବଡ଼ ଧରଣର ସୁନା ଅଳଙ୍କାର ଲୁଟ କରିଥିଲେ । ବିଶାଖାପାଟଣାରେ ବି ଡକାୟତି ଉଦ୍ୟମ କରିଥିଲେ । ଲୁଟ ପୂର୍ବରୁ ରେକି କରୁଥିଲେ ଏହି ଗ୍ୟାଙ୍ଗ । ରେକି ସମୟରେ ଏହି ଗ୍ୟାଙ୍ଗ ସହିତ ଏକ ବୈଷୟିକ ଟିମ୍ ମଧ୍ୟ ରହୁଥିଲା । ଜାମର ବ୍ୟବହାର କରନ୍ତି ଏହି ବୈଷୟିକ ଟିମ୍ । ଲୁଟ ସ୍ଥଳର ଭୌଗଳିକ ଅବସ୍ଥିତି ମଧ୍ୟ ଅନୁଧ୍ୟାନ କରନ୍ତି । ବିହାର, ଦିଲ୍ଲୀ, ଉତ୍ତର ଭାରତ,ଉତ୍ତରାଖଣ୍ଡ,ରାଜସ୍ଥାନ ଆଦି ରାଜ୍ୟର ପୋଲିସ ରାଜାକୁ ଖୋଜିଥିଲେ । ରାଜାକୁ ଧରିବା ପାଇଁ କଟକ କମିଶନରେଟ ପୋଲିସ ୨୪ ଜଣ ପୋଲିସ ଅଧିକାରୀଙ୍କୁ ନେଇ ଏକାଧିକ ଟିମ୍ ଗଠନ କରିଥିଲା । ରାଜାକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ପିଟିସନ୍ ଦାଖଲ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ଏସ ଦେବତ୍ତ ସିଂ ।

ଗତବର୍ଷ ମଧୁକାନ୍ତ ଏବଂ ରାଜା ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାର ଲୁଟ୍ କରି ଫେରାର ମାରିବା ସମୟରେ ଗୁଳି କରି ୨ ଜଣଙ୍କୁ ହତ୍ୟା କରିଥିଲେ  । ପରବର୍ତୀ ଅବସ୍ଥାରେ ସେମାନଙ୍କୁ ଗିରଫ କରାଯାଇଥିବାବେଳେ ଗତ ଅକ୍ଟୋବର ୨ ତାରିଖରେ ରାତିରେ ଚୌଦ୍ୱାର ଜେଲ୍ରୁ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଫେରାର ହୋଇଯାଇଥିଲେ । ଫେବ୍ରୁଆରୀରେ ପ୍ରଥମେ ମଧୁକାନ୍ତକୁ ଉତ୍ତର ପ୍ରଦେଶର ବୃନ୍ଦାବନରୁ ଗିରଫ କରାଯାଇଥିଲା । ଏହା ପରେ ଗତ ଦୁଇ ଦିନ ତଳେ ରାଜା ସାହାଣୀକୁ ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରାଯାଇ ଆଜି କଟକ ଅଣାଯାଇଛି । 

Tags: