ରିମାଣ୍ଡ ଅବଧି ସରିବା ପରେ ଜେଲ ଫେରିଲା ରାଜା
ଚୌଦ୍ୱାର : କୁଖ୍ୟାତ ଅପରାଧୀ ରାଜା ସାହାଣୀର ରିମାଣ୍ଡ ଅବଧି ସରିଲା । ରିମାଣ୍ଡ ଅବଧି ସରିବା ପରେ ପୁଣି ଜେଲକୁ ଫେରିଲା ରାଜା ସାହାଣୀ। ରାଜା ସାହାଣୀକୁ କର୍ଣ୍ଣାଟକ ପୋଲିସ ରିମାଣ୍ଡରେ ନେଇଥିଲା । ୭ ଦିନିଆ ରିମାଣ୍ଡ ଅବଧି ସରିଯାଇଥିବାରୁ ପୁଣି ଓଡ଼ିଶା ଜେଲକୁ ଫେରିଛି ରାଜା ସାହାଣୀ। ଚୌଦ୍ୱାର ଜେଲରୁ ଫେରାର ହୋଇ ପରେ ଗିରଫ ହୋଇଥିଲା ରାଜା ସାହାଣୀ । ରିମାଣ୍ଡରେ ଯିବାକୁ କଟକ ଜେଏମ୍ଏଫ୍ସି କୋର୍ଟ କର୍ଣ୍ଣାଟକ ପୋଲିସକୁ ଅନୁମତି ପ୍ରଦାନ କରିଥିଲେ । କଡ଼ା ସୁରକ୍ଷାରେ କର୍ଣ୍ଣାଟକ ପୋଲିସ୍ କଟକ ଆଣି ସ୍ଥାନୀୟ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଇଥିଲା । ସେପଟେ ଅବଧି ସରି ଯାଇଥିବାରୁ ପୁଣି ଜେଲକୁ ଫେରାଇଛି କର୍ଣ୍ଣାଟକ ପୋଲିସ ।
ରାଜାକୁ ନିଜ ରାଜ୍ୟକୁ ନେଇ କର୍ଣ୍ଣାଟକ ପୋଲିସ ଜେରା କରିଛି । ଚୌଦ୍ବାର ଜେଲ୍ରୁ ଫେରାର ହେବା ପରେ ମହୀଶୂରରେ ଏକ ଗହଣା ସୋରୁମରୁ ୨୦ କୋଟିର ଗହଣା ଡକାୟତି ମାମଲାରେ ରାଜା ସାହାଣୀ ସଂପୃକ୍ତ ରହିଥିଲା । ରାଜାର କ୍ରାଇମ ସିଣ୍ଡିକେଟ ରେ କେଉଁ ମାନେ ସାମିଲ ଅଛନ୍ତି ଏ ବିଷୟରେ ଗୁମର ଖୋଲିବା ପାଇଁ କର୍ଣ୍ଣାଟକ ପୁଲିସ ୭ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ।
ସୂଚନାନୁସାରେ, ଚୌଦ୍ବାର ଜେଲରୁ ଫେରାର ରାଜା ସାହାଣୀ ୬ଟି ରାଜ୍ୟରେ ଚୋରି ଡକାୟତି କରିଥିଲା । ଯାହାକୁ ନେଇ ଏକାଧିକ ରାଜ୍ୟର ପୋଲିସ ରାଜାକୁ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରଖି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲେ । ଚୌଦ୍ବାର ଜେଲରୁ ଫେରାର ହେବା ପରେ କିଛିଦିନ କର୍ଣ୍ଣାଟକର ଏକ ଅଳଙ୍କାର ଦୋକାନରୁ ହୀରା ଓ ସୁନା ଅଳଙ୍କାର ଲୁଟ୍ କରିଥିଲା। ଓଡ଼ିଶାର ପୁଲିସ ତାକୁ ଋଷିକେଶରୁ ଧରିବାରେ ସକ୍ଷମ ହୋଇଥିଲା। ତେବେ ଜେଲକୁ ଫେରିଥିବା ରାଜାକୁ ଆଗାମୀ ଦିନରେ କମିଶନରେଟ ପୋଲିସ ରିମାଣ୍ଡରେ ନେଇପାରେ ବୋଲି ଅନୁମାନ କରାଯାଉଛି ।



