ପଞ୍ଜାବ ପୋଲିସକୁ ବଡ଼ ସଫଳତା ,ବିପୁଳ RDX ସହ ୪ ଆତଙ୍କବାଦୀ ଗିରଫ

ପଞ୍ଜାବ ପୋଲିସକୁ ବଡ଼ ସଫଳତା ,ବିପୁଳ RDX  ସହ ୪ ଆତଙ୍କବାଦୀ ଗିରଫ
Samaya Live News Picture
Published On

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ପୂର୍ବରୁ ପଞ୍ଜାବ ପୋଲିସକୁ ବଡ଼ ସଫଳତା । ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ କରିଛି ପଞ୍ଜାବ ପୋଲିସ । ନିଷିଦ୍ଧ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ (BKI)ର ଚାରି ଜଣ ସଦସ୍ୟଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି । ପାକିସ୍ତାନର ISI-ସମର୍ଥିତ ଆତଙ୍କବାଦୀ ନେଟୱାର୍କ ବିରୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଛି ପଞ୍ଜାବ ପୋଲିସ । 

ଏସ୍‌ଏସ୍‌ପି ସନ୍ଦୀପ ମଲିକଙ୍କ ନେତୃତ୍ୱରେ ହୋସିଆରପୁରରେ କରାଯାଇଥିବା ଏକ ଗୁପ୍ତ ମିଳିତ ଅଭିଯାନରେ, ପୁଲିସ ନିଷିଦ୍ଧ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ (BKI) ର ଚାରି ଜଣ ସଦସ୍ୟଙ୍କୁ ଘେରି ଯାଇଥିଲେ । ସେମାନଙ୍କ ପାଖରୁ ପ୍ରାୟ ଅଢ଼େଇ କିଲୋଗ୍ରାମ RDX ଭର୍ତ୍ତି ଆଇଇଡି ଜବତ ହୋଇଛି। ଆତଙ୍କବାଦୀଙ୍କଠାରୁ ଦୁଇଟି ପିସ୍ତଲ ମଧ୍ୟ ଜବତ କରାଯାଇଛି। 

ଗିରଫ ଆତଙ୍କବାଦୀମାନେ ହେଲେ ଦିଲଜୋତ ସିଂ, ହରମାନ ସିଂ ଓରଫ ହ୍ୟାରି, ଅଜୟ ଓରଫ ମାହିରା ଓ ଅର୍ଶଦୀପ ସିଂ ଓରଫ ଆର୍ଶ କାଣ୍ଡୋଲା । ଅଭିଯୁକ୍ତମାନେ ପଞ୍ଜାବର ଏସ୍‌ବିଏସ୍‌ ନଗର ଜିଲ୍ଲାର ରାହୋନ ଅଞ୍ଚଳର ବାସିନ୍ଦା । ଏମାନେ ଦୀର୍ଘ ଦିନ ହେବ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ । ତେବେ ଏମାନଙ୍କ ସହ ଆଉ କାହାର ସମ୍ପର୍କ ଅଛି ଜାଣିବା ପାଇଁ ପୁଲିସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି।  ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଉଦ୍ଧାର ହୋଇଥିବା IED ଆଗାମୀ ଗଣତନ୍ତ୍ର ଦିବସ ପାଳନକୁ ଦୃଷ୍ଟିରେ ରଖି ଏକ ଲକ୍ଷ୍ୟଭେଦୀ ଆତଙ୍କବାଦୀ ଆକ୍ରମଣ ପାଇଁ ଉଦ୍ଦିଷ୍ଟ ଥିଲା।

ଆତଙ୍କବାଦୀ ମଡ୍ୟୁଲର ଏହାର ବିଦେଶ ଲିଙ୍କ୍ ଥିବା ଜଣ। ପଡିଛି । ପ୍ରାଥମିକ ତଦନ୍ତରୁ ଏହି ଗ୍ୟାଙ୍ଗକୁ ଆମେରିକାରେ ଅବସ୍ଥିତ ବବର ଖାଲସା ଇଣ୍ଟରନ୍ୟାସନାଲ ହ୍ୟାଣ୍ଡଲରମାନେ ପରିଚାଳିତ କରୁଥିବା ସୂଚନା ମିଳିଛି । ପଞ୍ଜାବରେ କେଉଁଠାରେ ଓ କେବେ ଆକ୍ରମଣ କରାଯିବ ସେ ବିଷୟରେ ବିଦେଶରୁ ନିର୍ଦ୍ଦେଶ ଆସୁଥିଲା। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆତଙ୍କବାଦୀଙ୍କୁ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା। ଆଇଏସ୍‌ଆଇ ଏହି ନିଷିଦ୍ଧ ସଂଗଠନ ମାଧ୍ୟମରେ ଭାରତର ସୀମାନ୍ତ ରାଜ୍ୟଗୁଡ଼ିକରେ ଟାର୍ଗେଟ ଆକ୍ରମଣ କରିବା ସହିତ ସାମାଜିକ ସ୍ଥିରତାକୁ ନଷ୍ଟ କରିବାକୁ ଷଡ଼ଯନ୍ତ୍ର ରଚିଥିବା ଜଣାପଡ଼ିଛି।

Tags: