୫୦ କୋଟି ଠକେଇ ମାମଲାରେ ପୋଷ୍ଟ ମାଷ୍ଟର ନିଲମ୍ବିତ
ଜୟପୁର : ଡାକ ବିଭାଗର ମହାଘୋଟଲା । ବଡ଼ ଧରଣର ଆର୍ଥିକ ଅନିୟମିତତାର ଅଭିଯୋଗ ପରେ ନିଲମ୍ବିତ ହେଲେ ପୋଷ୍ଟ ମାଷ୍ଟର । ତତ୍କାଳୀନ ଜୟପୁର ଝରିଗାଁ ସବ- ପୋଷ୍ଟ ମାଷ୍ଟର ଗୌରାଙ୍ଗ ସରକାରଙ୍କୁ ନିଲମ୍ବିତ କରିଛନ୍ତି ଡାକ ଅଧିକ୍ଷକ । ତାଙ୍କ ବିରୋଧରେ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ DBT ପାଣ୍ଠି ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ, ଜୟପୁର ଡାକ ଡିଭିଜନ ଅଧୀନରେ ନବରଙ୍ଗପୁର ଜିଲ୍ଲାର ଝରିଗାଁ, କୋଡିଙ୍ଗା , ଡାବୁଗାଁ ତିନି ପୋଷ୍ଟ ଅଫିସରେ NRGS ଭଳି ଅନେକ ସରକାରୀ ସହାୟତା ରାଶିର ଦୁରୁପଯୋଗ କରି ଗରିବଙ୍କ ଟଙ୍କା ଠକି ନେଇଥିଲେ ବିଭାଗୀୟ ଅଧିକାରୀ । ଘଟଣା ଜଣାପଡିବା ଅଭିଯୋଗ କରିଥିଲା ବିଜେଡି । ଡାକ ବିଭାଗ ଘଟଣାର ତଦନ୍ତ କରି ବୈପାରୀଗୁଡାରେ କାର୍ଯ୍ୟରତ ତତ୍କାଳୀନ ଝରିଗାଁ ପୋଷ୍ଟ ମାଷ୍ଟର ଗୌରାଙ୍ଗ ସରକାରଙ୍କୁ ତଥ୍ୟ ପ୍ରମାଣ ସହ ନିଲମ୍ବନ କରିଛି । ଅନ୍ୟପଟେ ଘଟଣାରେ ଅନ୍ୟ ଦୁଇ ପୋଷ୍ଟ ମାଷ୍ଟର ଶମ୍ବୁ ପାଣିଗ୍ରାହୀ ଓ ବସନ୍ତ ଦାସଙ୍କ ବିରୋଧରେ ତଦନ୍ତ ଚାଲିଥିବା ନେଇ ମୁଖ୍ୟ ଡାକ ଅଧିକ୍ଷକ ସତ୍ୟବାଦୀ ବିଶ୍ୱାଳ ସୂଚନା ଦେଇଛନ୍ତି ।



