ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ,ଏସଟିଏଲକୁ କ୍ଲିନ ଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ

ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ,ଏସଟିଏଲକୁ କ୍ଲିନ ଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ପୋଲିସ ଏସ୍ଆଇ ପରୀକ୍ଷା ଘୋଟାଲାରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି I ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ଼ ବା ଏସଟିଏଲକୁ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ କ୍ଲିନ୍ ଚିଟ୍ ଦେଇଥିଲା । ଏସଟିଏଲ୍ ର ପରୀକ୍ଷା ସଞ୍ଚାଳନ ସନ୍ତୋଷ ଜନକ ଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରିଥିଲା କ୍ରାଇମବ୍ରାଞ୍ଚ I ଗତବର୍ଷ ଅଗଷ୍ଟ ମାସ ୪ ତାରିଖରେ କ୍ରାଇମବ୍ରାଞ୍ଚ ଏସଟିଏଲ୍ କମ୍ପାନୀକୁ କ୍ଲିନ୍ ଚିଟ୍ ସାର୍ଟିଫିକେଟ୍ ପ୍ରଦାନ କରିବା ସହ କହିଥିଲା ଏସଟିଏଲ୍ ପରିଚାଳନା କରିଥିବା ୧୪ ଟି ପରୀକ୍ଷା ତ୍ରୁଟିଶୂନ୍ୟ ଥିଲା ।

ସମ୍ବନ୍ଧିତ ଖବର ଯାତ୍ରାଦେଖା କୁ ନେଇ ଜଟଣୀରେ ବୋମାମାଡ଼, ୨ ଆହତ

 ସେହିପରି ତାର ମାଲିକ ସୁରେଶ ନାୟକଙ୍କୁ ମଧ୍ୟ ଭଦ୍ରାମୀର ସାର୍ଟିଫିକେଟ୍ ଦିଆଯାଇଥିଲା । ଯାହାର ମାତ୍ର ଏକ ମାସ ପରେ ଏସଟିଏଲ୍ କମ୍ପାନୀ ପରୀକ୍ଷା କେଳେଙ୍କାରୀ କରିବାକୁ ଷଡ଼ଯନ୍ତ୍ର ରଚିଥିଲା । 

ସମ୍ବନ୍ଧିତ ଖବର ଆଇସକ୍ରିମ ଫାକ୍ଟ୍ରୀରେ ଭୟଙ୍କର ବିସ୍ଫାରଣ, ୧ ମୃତ ୨ ଆହତ

ପ୍ରଥମେ ଓଡ଼ିଶା ପୋଲିସ ରିକ୍ର୍ୟୁଟମେଣ୍ଟେ ବୋର୍ଡ ବା ଓପିଆରବି  ଏସ୍‌ଆଇ ପରୀକ୍ଷା ପରିଚାଳନା ପାଇଁ କୋଲକାତାର ଆଇଟିଆଇ ଲିମିଟେଡ୍ ସଂସ୍ଥାକୁ ଟେଣ୍ଡର ଦେଇଥିଲା । ଏହି ସଂସ୍ଥା ସିଲିକନ୍‌ ଟେକ୍‌ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡକୁ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱ ଦେଇଥିଲା । ସିଲିକନ୍‌ ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା ଦାୟିତ୍ୱ ଦେଇଥିଲା । 

ସମ୍ବନ୍ଧିତ ଖବର ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ପ୍ରକାଶ ଯୋଗ୍ୟ, ପ୍ରଥମେ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିଲା । ମାତ୍ର ଏଥିରେ ଆନ୍ତଃରାଜ୍ୟ ସମ୍ପୃକ୍ତି ନେଇ ସନ୍ଦେହ ଉପୁଜିବା ପରେ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ଅନୁମତି ପ୍ରଦାନ କରିଥିଲା । ଏହି ମାମଲାରେ ସିବିଆଇ ତାର ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିସାରିଛି । ଚାର୍ଜସିଟରେ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହିତ ଚାର୍ଜସିଟ୍ ଦାଖଲ ହୋଇଛି ।

Tags: