ପୋଲିସ ଗୁଳିରେ ଟଳିଲେ ୨ ମାଓବାଦୀ
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ଵିଜାପୁର ଜିଲ୍ଲାରେ ପୋଲିସ ମାଓବାଦୀ ଗୁଳିବିନିମୟ । ପୋଲିସର ଗୁଳିରେ ୨ ମାଓବାଦୀ ନିହତ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଡିଆରଜି, ଏସଟିଏଫ୍ ଏବଂ ସିଆରପିଏଫ୍ କୋବ୍ରା ଜବାନ ଅପରେସନ୍ ବେଳେ ଏହି ସଫଳତା ମିଳିଛି । ଏଥିରେ ମାଓ ସଂଗଠନ ର ଶିର୍ଷ ନେତା ପାପା ରାଓ ଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଦୁଇଟି AK-47 ରାଇଫଲ୍ ମଧ୍ୟ ଜବତ କରାଯାଇଛି । ପାପା ରାଓ ଭୈରମଗଡ଼ ୱେଷ୍ଟ ବସ୍ତର ଏରିଆ କମିଟି ସହିତ ଜଡ଼ିତ ଆକ୍ରମଣରେ ସାମିଲ ଥିଲେ । ଏହା ବ୍ୟତୀତ ସେ ସୁରକ୍ଷା ବାହିନୀ ବିରୋଧରେ ଅନେକ ହିଂସାତ୍ମକ କାର୍ଯ୍ୟକଳାପ କରିଥିଲେ । ପାପା ରାଓଙ୍କ ବିରୋଧରେ ପୁଲିସରେ ୪୦ରୁ ଅଧିକ ଅପରାଧିକ ମାମଲା ଏବଂ ଗିରଫ ୱାରେଣ୍ଟ ରହିଛି । ତେବେ ପୂର୍ବରୁ ଆଉ ଏକ ଏନକାଉଣ୍ଟରରେ ପାପ ରାଓଙ୍କ ପତ୍ନୀ ଉର୍ମିଳାଙ୍କ ର ମୃତ୍ୟୁ ଘଟିଥିବାବେଳେ ସେଠାରୁ ଖସି ଯାଇଥିଲେ ପାପା ରାଓ I ବର୍ତ୍ତମାନ ସୁଦ୍ଧା ସେଠାରେ ଅଧିକ ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ଗୁଳିବିନିମୟ ଜାରି ରହିଛି ।



