ଭିଜିଲାନ୍ସ ଜାଲରେ ପୋଲିସ

ଭିଜିଲାନ୍ସ ଜାଲରେ ପୋଲିସ
Samaya Live News Picture
Published On

ବାଲିଅନ୍ତା : ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍ଆଇ । ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବାଲିଅନ୍ତା ଥାନା ଏଏସ୍ଆଇ ସୋମନାଥ ପଲେଇ । ଏକ ପାରିବାରିକ ମାମଲାର ଫଇସଲା ପାଇଁ ସେ ଗୁରୁବାର ଦିନ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ ।

ବାଲିଅନ୍ତା ଥାନାରେ ଏକ ପାରିବାରିକ ବିବାଦ ସମ୍ପର୍କତ ଅଭିଯୋଗ ହୋଇଥିଲା। ଏହି ମାମଲାର ଏ.ଏସ.ଆଇ. ସୋମନାଥ ପଲେଇ ତଦନ୍ତକାରୀ ଅଧିକାରୀ ଥିଲେ । ଅଭିଯୋଗକାରୀଙ୍କୁ ମାମଲାରେ ସାହାଯ୍ୟ କରିବାକୁ ପଲେଇ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନ ଦେଲେ ମାମଲାରେ ଛନ୍ଦି ଦେବାକୁ ପୋଲିସ ବାବୁ ଧମକ ଦେଇଥିଲେ । ଘଟଣାକୁ ନେଇ ଅଭିଯୋଗକାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୋମନାଥ ପଲେଇଙ୍କୁ ଭିଜିଲାନ୍ସ ଟିମ୍ ମାଡି ବସିଥିଲା।

Tags: