ପ୍ରକାଶ ପାଶୱାନଙ୍କ ଘର ଭାଙ୍ଗିଲା ପୋଲିସ
ରାଉରକେଲା : ଗେଷ୍ଟ ହାଉସ ରୁ ମାରଣାସ୍ତ୍ର ଜବତ ଘଟଣା । ଘଟଣାର ମାଷ୍ଟରମାଇଣ୍ଡ ତଥା ପୂର୍ବତନ ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନର ଅଫିସ ଭାଙ୍ଗିଛି ପୋଲିସ । ପ୍ରକାଶ ପାଶୱାନଙ୍କ ଦୁର୍ଗାପୁର ପାହାଡ଼ରେ ଥିବା ବେଆଇନ୍ ଅଫିସ ଭାଙ୍ଗିଲା ବନବିଭାଗ । ସଂରକ୍ଷିତ ଜଙ୍ଗଲ ଜମି ଉପରେ ବେଆଇନ ଭାବରେ ଅଫିସ ନିର୍ମାଣ କରି ଅପରାଧ ସିଣ୍ଡିକେଟ ଚଳାଇଥିଲା ପ୍ରକାଶ । ପ୍ରକାଶ ଗିରଫ ହେବା ପରେ ବନ ବିଭାଗ ଓ ପୋଲିସ ପ୍ରଶାସନ ଆଜି ଏହି ଅଫିସଟିକୁ ଭାଙ୍ଗିଦେଇଛନ୍ତି । ପୂର୍ବରୁ ପାସୱାନଙ୍କ ୨୧ ନମ୍ବର ସେକ୍ଟରରେ ଥିବା ଅଫିସକୁ ମଧ୍ୟ ସିଲ କରାଯାଇଥିଲା । ସର୍କିଟ ହାଉସ ଘଟଣାରେ ବିହାର ସମସ୍ତିପୁରରୁ ଗିରଫ ହୋଇ ଜେଲରେ ପ୍ରକାଶ ପାଶୱାନ ଅଛନ୍ତି । ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତି ପାଇଁ ପ୍ରକାଶକୁ ଦଳରୁ ନିଲମ୍ବିତ କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ ।
ସୂଚନାନୁସାରେ, ରାଉରକେଲା ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ଗତ ଅଗଷ୍ଟ ୧୪ ତାରିଖ ବିଳମ୍ବିତ ରାତିରେ ପାନପୋଷ ସର୍କିଟ ହାଉସର ରୁମ୍ ନମ୍ବର ୧୦୭ରେ ରେଡ୍ କରିଥିଲା । ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ ୪ଟି ବନ୍ଧୁକ, ୩ଟି ମାଗାଜିନ, ୯ଟି ଅଫୁଟା ଗୁଳି ଜବତ କରିଥିଲା। ଅଭିଯୁକ୍ତ ରାକେଶ ସାହୁଙ୍କ ପାଖରୁ ୨ଟି ବନ୍ଧୁକ ମିଲିଥିଲା । ପୋଲିସ ଖୋଳତାଡ଼ ପରେ ଏହି ଘଟଣାରେ ପ୍ରକାଶ ପାଶ୍ବାନ ର ସମ୍ପୃକ୍ତି ଥିବା ଜଣା ପଡିଥିଲା । ତେବେ ଘଟଣା ପରଠାରୁ ପ୍ରକାଶ ଫେରାର ହୋଇଯାଇଥିଲା । କିନ୍ତୁ ତାଙ୍କ ନାଁରେ ଗିରଫ ବିହୀନ ପରୱାନା (NBW) ଜାରି କରିଥିଲା ରଘୁନାଥପାଲି ପୋଲିସ । ଏହା ପରେ ବିହାର ସମସ୍ତିପୁରରୁ ତାଙ୍କୁ ଗିରଫ କରାଯାଇଥିଲା ।




