ହତ୍ୟା ଅଭିଯୁକ୍ତକୁ ପୋଲିସ ଏନ୍ କାଉଣ୍ଟର

ହତ୍ୟା ଅଭିଯୁକ୍ତକୁ ପୋଲିସ ଏନ୍ କାଉଣ୍ଟର
Samaya Live News Picture
Published On

ପୁରୀ : ହତ୍ୟା ଅଭିଯୁକ୍ତକୁ ପୋଲିସ ଏନ୍ କାଉଣ୍ଟର । ପୁରୀ ବଳିଆପଣ୍ଡା ହୋଟେଲ ମାଲିକଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଚନ୍ଦନ ପଲାଇକୁ ଏନ୍ କାଉଣ୍ଟର । ଅଭିଯୁକ୍ତର ଘର ପୁରୀ ଚକ୍ରତୀର୍ଥ ରୋଡରେ । ଚନ୍ଦନର ବାମ ଗୋଡରେ ଗୁଳି ବାଜିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଚନ୍ଦନକୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାରେ ୪ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି ପୋଲିସ ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ମନୋରମା ହୋଟେଲ ମାଲିକ ପବିତ୍ର ନାୟକଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲା ଚନ୍ଦନ ପଲାଇ । ହତ୍ୟାକାଣ୍ଡ ପରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରି ଚନ୍ଦନ ପଳାଇର ସମ୍ପୃକ୍ତି ଜାଣିବାକୁ ପାଇଥିଲା । ଘଟଣା ପରେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଓଁକାରେଶ୍ୱର ରୋଡ଼ ରେ ଚନ୍ଦନକୁ ଗୁଳି କରି ଆହତ କରିଥିଲା ପୋଲିସ । ଘଟଣାକୁ ନେଇ ବଳିଆପଣ୍ଡା ଥାନା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ ।

Tags: