ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା

ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା
Samaya Live News Picture
Published On

ବ୍ରହ୍ମପୁର : ପ୍ଲଟ ବ୍ୟବସାୟୀଙ୍କୁ ବିଭତ୍ସ ହତ୍ୟା । ଅପହରଣ କରି ୭ ଦିନ ପରେ ହତ୍ୟା କଲେ ଦୁର୍ବୁତ୍ତ । ପାରିବାରିକ ସମ୍ପତ୍ତି ବିବାଦରୁ ପ୍ଲଟ ବ୍ୟବସାୟୀ ସୁଧୀରଙ୍କୁପାତ୍ରଙ୍କୁ ହତ୍ୟା କରାଜିଥିବା ପୋଲିସ ସୂଚନା ମିଳିଛି । ଗୋପାଳପୁର ଥାନା ସତ୍ୟ ନାରାୟଣପୁର କରାପଲ୍ଲୀର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କ ମୃତଦେହ ସୋରଡ଼ା ଥାନା ଵାଲାପଙ୍କା ଗ୍ରାମ ନିକଟ ରଶିପଙ୍କାଳ ନିକଟରୁ ଉଦ୍ଧାର କରିଛି ପୋଲିସ । ଏହି ଘଟଣାରେ ୭ ଜଣିଆ ପୋଲିସ ଟିମ ତଦନ୍ତ କରୁଥିବାବେଳେ ଘଟଣାରେ ୯ ଜଣଙ୍କୁ ଅଟକ ରଖି ଜେରା ଚାଲିଛି  । 

ସୂଚନାନୁସାରେ, ଚଳିତ ମାସ ୧୫ ତାରିଖ ସନ୍ଧ୍ୟାରେ ସୁଧୀର ଭଲିବଲ ଖେଳି ଘରକୁ ଫେରୁଥିବା ବେଳେ ସୁଧୀରଙ୍କୁ ଅପହରଣ କରାଯାଇଥିଲା । ଏନେଇ ତାଙ୍କ ଶଳା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଦିନ ରାତିରେ ସୁଧୀରର ପତ୍ନୀ ରଶ୍ମିତାଙ୍କୁ କଲ କରି ୨ କୋଟି ଟଙ୍କା ଦାବୀ କରିଥିଲେ ଅପହରଣକାରୀ ।ପୋଲିସକୁ କହିଲେ ହତ୍ୟା କରିଦେବୁ ବୋଲି ଧମକ ଦେଇଥିଲେ । ଏପରିକି ସୁଧୀରଙ୍କୁ କିପରି ପିଟା ଯାଉଛି, ମୁଣ୍ଡରେ ବନ୍ଧୁକ ରଖାଯିବା ସହ ବ୍ଲାଙ୍କ୍ ଫାୟାରିଂ ମଧ୍ୟ କରିବାର ଭିଡିଓ ସ୍ତ୍ରୀଙ୍କୁ ପଠାଇଥିଲେ । ଏପରିକି କେଉଁଠିକୁ ଟଙ୍କା ଧରି ଆସିବ କୁହାଯାଇଥିଲା । ସ୍ତ୍ରୀ କିଛି ସୁନା ଓ ଟଙ୍କା ଧରି ଆସିକା ଯାଇଥିଲେ ବି ଅପହରଣକାରୀ ଆସିନଥିଲେ । ଘଟଣାରେ ପୋଲିସ ୭ ଟି ଟିମ ଗଠନ କରି ଖୋଜା ଖୋଜି ଆରମ୍ଭ କରିଥିଲା । ସୋରଡ଼ା ଥାନା ଅଞ୍ଚଳର ଵାଲାପଙ୍କା ଗ୍ରାମ ନିକଟ ରଶିପଙ୍କାଳ ନିକଟରେ ଏକ ମୃତ ପଡ଼ିଥିବା ଖବର ପାଇଁ ସୁଧୀରର ହୋଇଥାଇ ପାରେ ବୋଲି ଗୋପାଳପୁର ଥାନାକୁ ସୂଚନା ଦେଇଥିଲେ ।  ପରିବାର ଲୋକେ ଡ୍ରେସ,ପଇତା,ଅନାନ୍ୟ ଜିନିଷ ଦେଖି ସୁଧୀର ବୋଲି ଚିହ୍ନଟ କରିଥିଲେ ।  ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଅଭିଯୋଗରେ ପୋଲିସ ୯ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।

Tags: