ପୀତବାସ ପଣ୍ଡା ହତ୍ୟା ମାମଲା,ଆଜି ୩ ଅଭିଯୁକ୍ତଙ୍କର ହେବ ଟିଆଇ ପରେଡ
ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ସୋମବାର ତିନି ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ୍ । ବ୍ରହ୍ମପୁର ମଣ୍ଡଳ କାରାଗାରରେ ଚିଣ୍ଟୁ, ଯୋଗୀ ଓ କୁରୁପତି ଭୂୟାଁଙ୍କର ଟିଆଇ ପରେଡ୍ କରିବ ପୋଲିସ । ପୂର୍ବରୁ ୫ ଅଭିଯୁକ୍ତଙ୍କର ହୋଇସାରିଛି ଟିଆଇ ପରେଡ।
ସୂଚନାଅନୁସାରେ , ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣମୀ ରାତିରେ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ନିକଟରେ ଗୁଳିକରି ହତ୍ୟା କରାଯାଇଥିଲା । ଏନେଇ ବୈଦ୍ୟନାଥପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ମାମଲାର ତଦନ୍ତ କରି ବୈଦ୍ୟନାଥପୁର ଥାନା ପୋଲିସ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାଶ, ବିଜେଡି ନେତା ମଦନ ଦଳେଇ, କର୍ପୋରେଟର ମଳୟ ବିଷୋୟୀ ଙ୍କ ସମେତ ମୋର ୧୬ ଜଣଙ୍କୁ ଗିରଫ କରିଛି । ଶନିବାର କୁରୁପତି ଭୂୟାଁ, ସୀମାଞ୍ଚଳ ନାୟକ, କୁନ୍ଦନ କୁମାର, ବିପିନ ସ୍ପାଇଁ ଓ ଉମା ବିଶୋୟୀଙ୍କ ଟିଆଇ ପରେଡ୍ ହୋଇଥିଲା। ଆଉ ଏବେ ସୋମବାର ଦିନ ଚିଣ୍ଟୁ ପ୍ରଧାନ, ଯୋଗେନ୍ଦ୍ର ରାଉତ ଓରଫ ଯୋଗୀ, କୁରୁପତି ଭୂୟାଁଙ୍କର ବ୍ରହ୍ମପୁର ଜେଲ ରେ ଟିଆଇ ପରେଡ ହେବ । ଏଥିପାଇଁ ତଦନ୍ତକାରୀ ଅଧିକାରୀ ତଥା ଟାଉନ ଏସ୍ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ସ୍ଥାନୀୟ ଏସ୍ଡିଜେଏମ୍ଙ୍କ କୋର୍ଟରେ ଆବେଦନ କରିଥିଲେ । କୋର୍ଟଙ୍କ ଅନୁମତି ଦେଇଥିବା ଜଣାପଡିଛି ।


