ପୀତବାସ ପଣ୍ଡା ହତ୍ୟା ମାମଲା,କୋର୍ଟରେ ହାଜର ହେଲେ ୧୫ ଅଭିଯୁକ୍ତ
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଜିଲ୍ଲା କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସହିତ ୧୫ ଅଭିଯୁକ୍ତ । ଅଭିଯୁକ୍ତ ମଦନ ଦଳାଇ ର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ହାଜର କରାଯାଇନାହିଁ । ଗତ ୧୯ ତାରିଖରେ ଏସଡିଜେଏମ କୋର୍ଟରୁ ଜିଲ୍ଲା ଦୌରାଜଜ କୋର୍ଟକୁ ଯାଇଥିଲା ମାମଲା । ସମସ୍ତ ଅଭିଯୁକ୍ତ ଜେଲରେ ଥାଇ VC ଯୋଗେ ଯୋଡି ହୋଇଥିଲେ କୋର୍ଟ ପ୍ରକ୍ରିୟାରେ । ଆଜି ମାମଲାର ହେବ ଚାର୍ଜ ଫ୍ରେମ ।
ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ବିକ୍ରମ ପଣ୍ଡା, ମଳୟ ବିଷୋୟୀ ,ସୁନୀଲ କୁମାର ହୋତା, ବିପିନ ସ୍ୱାଇଁ, ସୀମାଞ୍ଚଳ ନାଇକ, କୁନ୍ଦନ କୁମାର ,ଶିଶୁପାଳ କୁମାର ପାଶୱାନ,କୁରୁପତି ଭୂୟାଁ ,ଚିଣ୍ଟୁ ପ୍ରଧାନ ଏବଂ ଫୁଲବାଣୀ ଜେଲରେ ଥିବା ଅନ୍ୟତମ ଅଭିଯୁକ୍ତ ଶିବ ଶଙ୍କର ଦାସ ଆଜି ବ୍ରହ୍ମପୁର ଜିଲ୍ଲା କୋର୍ଟରେ ହାଜର ହୋଇଛନ୍ତି । ଅସୁସ୍ଥତା ଯୋଗୁ ମଦନ ଦଳେଇ କୋର୍ଟ କୁ ଆସିନଥିଲେ । ଏଥିପାଇଁ ଜିଲ୍ଲା କୋର୍ଟ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଆଜି ଜିଲ୍ଲା ଜଜ କୋର୍ଟରେ ଚାର୍ଜଫ୍ରେମ ହେବା ସହ ମାମଲା କେଉଁ କୋର୍ଟଙ୍କୁ ସ୍ଥାନାନ୍ତର ହେବ ତାହା ଅଭିଯୁକ୍ତମାନଙ୍କୁ କୋର୍ଟ ପକ୍ଷରୁ ଜଣାଇ ଦିଆଯିବ । ତେବେ ସମସ୍ତ ଅଭିଯୁକ୍ତ ଅଦାଲତରେ ହାଜର ହୋଇନଥିବାରୁ ଜିଲା ଜଜ୍ ଆସନ୍ତା ୬ ତାରିଖକୁ ପୁଣି ଥରେ ଦିନ ଧାର୍ଯ୍ୟ କରି ସମସ୍ତ ଅଭିଯୁକ୍ତଙ୍କୁ ହାଜର ପାଇଁ ନିର୍ଦେଶ ଦେଇଛନ୍ତି ବୋଲି ଅଭିଯୁକ୍ତିଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ।
୨୦୨୫ ଅକ୍ଟୋବର ୬ ତାରିଖ ଅର୍ଥାତ କୁମାର ପୂର୍ଣ୍ଣିମା ରାତିରେ ରାଜ୍ୟ ଆଇନଜୀବି ପରିଷଦ ସଦସ୍ୟ ତଥା ବିଜେପି ନେତା ପିତବାସ ପଣ୍ଡାଙ୍କୁ ତାଙ୍କ ବୈକୁଣ୍ଠନଗର ବାସଭବନ ନିକଟରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା ।



