ରାଜଧାନୀରୁ ବନ୍ଧୁକ-ଗୁଳି ଜବତ ଜଣେ ଗିରଫ

ରାଜଧାନୀରୁ ବନ୍ଧୁକ-ଗୁଳି ଜବତ ଜଣେ ଗିରଫ
Samaya Live News Picture
Published On

ଭୁବନେଶ୍ୱର : ସ୍ପେଶାଲ କ୍ରାଇମ ୟୁନିଟର ସ୍ପେଶାଲ ଅପରେସନ। ରାଜଧାନୀରୁ ଚୋରା ବନ୍ଧୁକ ସହ ଗୁଳି ଜବତ । ଏୟାରଫିଲଡ ଥାନା ଅନ୍ତର୍ଗତ ସୁନ୍ଦରପଡା ତଳସାହିରୁ ୨ ଟି ସେମି ଅଟୋମେଟେଡ ପିସ୍ତଲ ଏବଂ ୧୦ ରାଉଣ୍ଡ ଗୁଳି ଜବତ ହୋଇଛି। ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ ।ଗିରଫ ଅଭିଯୁକ୍ତ ହେଲେ ଅମରେଶ ରାଉତ ଓରଫ କାହ୍ନା । ବନ୍ଧୁକ କାରବାର ପଛରେ ଆନ୍ତଃରାଜ୍ୟ ସିଣ୍ଡିକେଟ ଥିବା ସହନ୍ଦହ କରାଯାଉଛି। 

ସେହିପରି ଜାନୁୟାରୀ ମାସରେ ରାଜଧାନୀରେ ବେଆଇନ ବନ୍ଧୁକ କାରବାର ନେଟୱର୍କ ଖୁଲାସା ହୋଇଥିଲା । ଭୁବନେଶ୍ୱର ବନ୍ଧୁକ ଡେଲିଭରି ପାଇଁ ଆସିବା ବେଳେ ୬ ବନ୍ଧୁକ ଜବତ ହୋଇଥିଲା । ଏହି ଘଟଣାରେ ଚନ୍ଦକାରୁ ମନୋଜ କୁମାର ମଲ୍ଲିକ ଗିରଫ କରିଥିଲା କମିଶନରେଟ୍ ପୋଲିସ। ମନୋଜର ଘର ଯାଜପୁରରେ । ସେ ଭୁବନେଶ୍ୱର ବନ୍ଧୁକ ଡେଲିଭରି ଦେବା ପାଇଁ ଆସିଥିଲା । ବାଇକ ସହ ୬ଟି ବନ୍ଧୁକ ଜବତ ହୋଇଥିଲା । ଏନେଇ ସୂଚନା ଦେଇଥିଲେ ପୋଲିସ କମିସନରଏସ ଦେବଦତ୍ତ ସିଂ।

 

 

Tags: