ସାନ ଭାଇର ବୋମାମାଡରେ ବଡ଼ ଭାଇ ର ମୃତ୍ୟୁ

ସାନ ଭାଇର ବୋମାମାଡରେ ବଡ଼ ଭାଇ ର ମୃତ୍ୟୁ
Samaya Live News Picture
Published On

ଖୋର୍ଦ୍ଧା  : ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ମୃତ ,ସାନ ଭାଇ ଗୁରୁତର । ଦୁଇଟି ବୋମାମାଡ଼ରେ ଥରି ଉଠିଥିଲା ସ୍ଥାନୀୟ ଅଞ୍ଚଳ । ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହେବା ପରେ ସାନ ଭାଇ ବୋମା ମାଡ଼ କରିଥିବା ସୂଚନା । ଘଟଣାରେ ବଡ଼ ଭାଇ ମୋହନ ପାଢ଼ୀଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ମଦନ ପାଢ଼ୀଙ୍କ ଗୋଟିଏ ହାତ ଛିଣ୍ଡି ଯାଇଥିବା ଜଣା ପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମେଡିକାଲ ରେ ଭର୍ତ୍ତି କରାଯାଇଛି । ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି । ଜମିଜମା ବିବାଦକୁ ନେଇ ଖୋର୍ଦ୍ଧା ଜିଲ୍ଲା ଅଙ୍ଗାରପଡ଼ା ପଞ୍ଚାୟତ ମହୁଲ ଗାଁରେ ଏହି ଘଟଣା ଘଟିଛି  । ତେବେ ମୋହନ ପାଢ଼ୀଙ୍କ କଟା ହାତକୁ ନେଇ ପରେ କଟକ ଏସସିବିରେ ଭର୍ତ୍ତି କରାଯାଇଛି । 

ଖବର ପାଇ ପ୍ରଥମେ ଚନ୍ଦକା ଥାନା ଅଧିକାରୀ ଓ ପିସିଆର୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଜୋନ୍-୬ ଏସିପି, ସାଇଣ୍ଟିଫିକ୍ ଟିମ୍ ଏବଂ ଭୁବନେଶ୍ୱର ଡିସିପି କ୍ରାଇମ୍ ସ୍ପଟ୍ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛି । ବୋମାମାଡ଼ର ପ୍ରକୃତ କାରଣ କ’ଣ ଏବଂ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି । 

Tags: