ବୃଦ୍ଧଙ୍କୁ ଗଳାକାଟି ହତ୍ୟା

ବୃଦ୍ଧଙ୍କୁ ଗଳାକାଟି ହତ୍ୟା
Samaya Live News Picture
Published On

ଜୟପୁର : ବୃଦ୍ଧଙ୍କୁ ଗଳାକାଟି ହତ୍ୟା । ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । କୋରାପୁଟ ଜିଲ୍ଲା ଜୟପୁର ଫାଂପୁଣି ନିକଟରେ ହତ୍ୟାକାଣ୍ଡ ଘଟିଛି  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଜୟପୁର ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଆଜି ସକାଳେ ଫାଂପୁଣି ଗାଁ କେନାଲ ନିକଟରେ ଏକ କ୍ଷତାକ୍ତ ମୃତଦେହ ପଡିଥିବାର ଗ୍ରାମବାସୀ ଦେଖିଥିଲେ । ବୃଦ୍ଧଙ୍କ ବେକରେ କ୍ଷତଚିହ୍ନ ସହ ଶରୀରରେ ଅନ୍ୟନ୍ୟ ସ୍ଥାନରେ ମଧ୍ୟ କ୍ଷତ ହୋଇଥିବାର ଦେଖାଯାଇଥିଲା । ଏହାକୁ ନେଇ ସନ୍ଦେହ କରି ବୃଦ୍ଧଙ୍କ ପୁଅ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସଦର ପୋଲିସ ତଦନ୍ତ ଆରମ୍ଭ କରିଛି । ଏପରିକି ପ୍ରତିଦିନ ଭଳି ସୋମବାର ମଧ୍ୟ ବୃଦ୍ଧ ଜଣଙ୍କ ଗାଁରେ ଥିବା ଚା ଦୋକାନକୁ ଯାଇ ଆଉ ଫେରିନଥିଲେ । ତେବେ ପୂର୍ବ ଶତ୍ରୁତାରୁ ତାଙ୍କୁ କେହି ମାରି ଫିଙ୍ଗି ଦେଇଥିବା ବୃଦ୍ଧଙ୍କ ପୁଅ ଅଭିଯୋଗ କରିଛନ୍ତି ।

 

Tags: