ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା

ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା
Samaya Live News Picture
Published On

ଭୁବନେଶ୍ୱର : ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା । ଶୁକ୍ରବାର ବିଳମ୍ବିତ ରାତିରେ ଜଟଣୀ ଥାନା ଉପରବସ୍ଥ ଗାଁରେ ଘଟିଛି ଅଘଟଣ  । ମହିଳାଙ୍କ ମୁଣ୍ଡକୁ ଦୁର୍ବୁତ୍ତ ଛେଚି ହତ୍ୟା କରିଥିବା ସୂଚନା ମିଳିଛି । ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଶାନ୍ତିଲତା ପ୍ରଧାନ । ତାଙ୍କ ପୁଅ କିଛିଦିନ ଆଗରୁ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବାବେଳେ ଘରେ ସେ ଏକାକୀ ରହୁଥିଲେ । ଘଟଣାର ସୂଚନା ପାଇ ଜଟଣୀ ଥାନା ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତନାଘନା ଜାରି ରଖିଛି  । ଲୁଟ ଉଦ୍ଦେଶ୍ୟରେ କେହି ମହିଳାଙ୍କୁ ଆକ୍ରମଣ କରିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । 

Tags: