ଗୋ-ମାଫିଆ ନାଁ ରେ ଲାଗୁହେଲା ଏନଏସଏ

ଗୋ-ମାଫିଆ ନାଁ ରେ ଲାଗୁହେଲା ଏନଏସଏ
Samaya Live News Picture
Published On

ଭୁବନେଶ୍ୱର :  ଆଠଗଡ ତିଗିରିଆର ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗୋ ମାଫିଆ ସକିଲ ଖାଁ ବିରୋଧରେ ଏନଏସଏ ଲାଗୁ । ଏକାଧିକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ସକିଲ ଖାନ ସାକିଲ ଖାଁ ବିରୋଧରେ ଏନଏସଏ ଲାଗୁ କଲା କଟକ ଗ୍ରାମାଞ୍ଚଳ ପୋଲିସ। ସକିଲ ନାଁରେ ଗୋ ହତ୍ୟା, ଗୋ ମାଂସ ରପ୍ତାନି ମାମଲା ରହିଛି । ସକିଲଙ୍କୁ ଜାତୀୟ ନିରାପତ୍ତା ଆଇନ ୧୯୮୦ର ଧାରା ୩ ଅନ୍ତର୍ଗତ ଉପଧାରା (୨) ଅନୁସାରେ ପ୍ରଦତ୍ତ କ୍ଷମତା ଅଧୀନରେ ଜେଲ୍ ରେ ରଖିବାକୁ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ମଞ୍ଜୁରି ଦେଇଛନ୍ତି । 

ଗତକାଲି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜରେ ୩୨ଟି ସ୍ଥାନରେ ଗୋ ମାଫିଆଙ୍କ ଘରେ ଚଢ଼ାଉ ହୋଇଥିଲା । ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ରଙ୍କ ତତ୍ବାବଧାନରେ ତିନି ଜିଲ୍ଲାର ଏସପିଙ୍କ ନେତୃତ୍ୱରେ ବଡ଼ ଧରଣର ଚଢ଼ାଉ କରାଯାଇଥିଲା । ୩୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିବାବେଳେ ପ୍ରତ୍ୟେକ ଜିଲ୍ଲାରେ ୬ ପ୍ଲାଟୁନ ଲେଖାଏଁ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ । ଚଢାଉ ବେଳେ  ୫୦ ଲକ୍ଷରୁ ଅଧିକ ନଗଦ ଟଙ୍କା,ବିପୁଳ ପରିମାଣର ସୁନା ଗହଣା ସହ ଦୁଇ ଓ ଚାରି ଚକିଆ ଗାଡ଼ି,  ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଥିଲା । ଏହି ଘଟଣାରେ ବାଲେଶ୍ୱରରୁ ୪, ଭଦ୍ରକରୁ ୬ ଓ ମୟୂରଭଞ୍ଜରେ ୬ ଜଣଙ୍କୁ ଅଟକ ରଖାଯାଇଛି । ଅନ୍ୟକିଛି ମାଫିଆ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଚଳାଇଛି ପୋଲିସ ।

ସେପଟେ , ରାଜ୍ୟରେ ଗୋ-ମାଫିଆଙ୍କ ବିରୋଧରେ ଆକ୍ସନ ମୋଡ଼କୁ ପ୍ରଶାସନ ଆସିଥିବାବେଳେ  ଗୋ-ମାଫିଆଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସରକାର । ଗୋ-ମାଫିଆଙ୍କୁ କୌଣସି ପ୍ରକାରର କ୍ଷମା ଦିଆଯିବନାହିଁ । ସୁଧିରିଯାଅ ନଚେତ୍ ସୁଧାରିଦେବୁ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଗୋ ମାତାଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏକଥା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି । 

Tags: