ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଗୁରୁତର

 ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଗୁରୁତର
Samaya Live News Picture
Published On

କେଉଁଝର : ଅପରାଧ ରୋକିବା ପାଇଁ ଆକ୍ସନ ମୁଡ଼ରେ କେନ୍ଦୁଝର ପୁଲିସ ।  ଏନ୍କାଉଣ୍ଟରରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଗୁରୁତର  ପୋଲିସର ଏନକାଉଣ୍ଟର। ପ୍ରଭାତର ଡାହାଣ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। 

ପ୍ରଭାତ ନାଁରେ ବିଭିନ୍ନ ଥାନାରେ ରହିଛି ୪୦ରୁ ଅଧିକ ମାମଲା। କିଛି ଦିନ ପୁର୍ବରୁ ବନ୍ଧୁକ ମୁନରେ ଆଠ ଲକ୍ଷ ଅଠର ହଜାର ଟଙ୍କା ଡକାୟତି ଘଟଣାରେ ଏହି ଅପରାଧି ସମ୍ପୃକ୍ତ ଥିବା ଜାଣି ସଦର ଥାନା ଟାଙ୍ଗରାଣୀ ରୁ ତାକୁ ଗିରଫ କରିଥିଲା । ଗିରଫ ପରେ ତା ଠାରୁ ୧୨ ହଜାର ଟଙ୍କା ଜବତ କରିଥିଲା ପୋଲିସ । ବାକି ପଇସା ସଦର ଥାନା ମହୁଲଡିହା ଜଙ୍ଗଲରେ ରଖିଥିବା କହିଥିଲା ପ୍ରଭାତ । ପୋଲିସ ତାକୁ ମହୁଲଡିହା ଜଙ୍ଗଲକୁ ଟଙ୍କା ଉଦ୍ଧାର କରିବା ପାଇଁ ନେଇଥିଲା ସେ ଗାତରୁ ଟଙ୍କା ବାହାର କରିବାକୁ ଯାଇ ଗାତରେ ରଖିଥିବା ଏକ ଦେଶୀ ବନ୍ଧୁକକୁ କାଢ଼ି ପୋଲିସ ଉପରକୁ ଗୁଳି ଚଳାଇଥିଲା । ଫଳରେ ପୋଲିସ ପାଲଟା ଗୁଳି ଚାଳନା କରିଥିଲା । ଯାହା ଫଳରେ ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । ପରେ ତାକୁ ଉଦ୍ଧାର କରି ଧରଣୀ ଧର ମେଡିକାଲ କଲେଜ ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।

Tags: