ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆ ଗୁରୁତର

ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆ ଗୁରୁତର
Samaya Live News Picture
Published On

ଭଦ୍ରକ : ଭଦ୍ରକରେ ପୋଲିସ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆ ଓରଫ କମଳାକାନ୍ତ ଦାସ ଗୁରୁତର । ବୁଦ୍ଧିଆକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ବିଳମ୍ବିତ ରାତିରେ ବୁଦ୍ଧିଆ ତାର ସହଯୋଗୀଙ୍କ ସହ ବିଭିନ୍ନ ମାରଣାସ୍ତ୍ର ଓ ବନ୍ଧୁକ ଧରି ଚରମ୍ପା ମାଲଗୋଦାମ ଅଞ୍ଚଳରେ ବଡ଼ ଧରଣର ଡକାୟତି ଉଦ୍ୟମ ବେଳେ ଚଢାଉ କରିଥିଲା ଭଦ୍ରକ ଟାଉନ ଥାନା ପୋଲିସ । ପୋଲିସକୁ ଦେଖି ପ୍ରଥମେ ବୁଦ୍ଧିଆ ୪ ରାଉଣ୍ଡ ଗୁଳି ଚାଳାଇଥିଲା । ପୋଲିସର ପାଲଟା ଗୁଳିମାଡ଼ରେ କମଳାକାନ୍ତର ଡାହାଣ ଗୋଡ଼ରେ ବାଜିଛି ଗୁଳି । ବୁଦ୍ଧିଆ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ସହ ୪ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ତା ନାଁରେ ଭଦ୍ରକ ଓ ବାଲେଶ୍ୱର ରେ ଅନେକ ମାମଲା ରହିଛି। ନମ୍ବର ନଥିବା ଏକ କଳା ପଲସର୍‌ରେ ବୁଲିଥିବାବେଳେ ପୁଲିସ୍‌ ଏନକାଉଣ୍ଟର କରିଥିବା ଜଣାପଡିଛି।

Tags: