ନୀଳାଦ୍ରି ବିହାର ହତ୍ୟାକାଣ୍ଡର ଆତ୍ମସମର୍ପଣ କଲା ହତ୍ୟାକାରୀ

ନୀଳାଦ୍ରି ବିହାର ହତ୍ୟାକାଣ୍ଡର ଆତ୍ମସମର୍ପଣ କଲା ହତ୍ୟାକାରୀ
Samaya Live News Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ନୀଳାଦ୍ରି ବିହାର ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତ ପ୍ରଧାନ ର ହତ୍ୟାକାରୀ ତଥା ମୁଖ୍ୟ ଅଭିଯୁକ୍ତ ଦୀନେଶ ନାୟକ ର ଆତ୍ମସମର୍ପଣ । ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ କରିଛି ହତ୍ୟାକାରୀ ଦିନେଶ । ଗତକାଲି ରାତିରେ ଦିନେଶ ଚାଲି ଚାଲି ଆସି ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ କରିଥିଲା । ସେଠାରୁ ତାକୁ କଡା ସୁରକ୍ଷା ବଳୟରେ ଜଗତସିଂହପୁର ଭୁବନେଶ୍ୱର କୁ ଆଣିଛି କମିସନରେଟ ପୋଲିସ। ଚନ୍ଦ୍ରଶେଖରପୁର ଥାନାରେ ଅଟକ ରଖି ରାତି ତମାମ ଜେରା କରିଥିଲା ପୋଲିସ। ପ୍ରଥମେ ଦିନେଶ କୁ ଜେରା କରା ଯାଇଥିଲା ପରେ ପ୍ରେମିକା ଲିଜା କାଣ୍ଡି ସହ ମୁହାଁ ମୁହିଁ ଜେରା କରା ଯାଇଥିବା ସୂଚନା ମିଳିଛି । ତ୍ରିକୋଣୀୟ ପ୍ରେମକୁ ନେଇ ଘଟିଥିବା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦିନେଶ ନାୟକର ଘର ଜଗତସିଂହପୁର ଜିଲା ବାଲିକୁଦା ଥାନା ଅରିଲୋ ଗାଁରେ । 

ସୂଚନାନୁସାରେ,ଗତ ୯ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱର ନୀଳାଦ୍ରି ବିହାର ମଙ୍ଗଳ। ମନ୍ଦିର ନିକଟରେ ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ତାଙ୍କ ତଣ୍ଟି କଟା ଯାଇଥିଲା । ସେ ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତ ପ୍ରଧାନ ବୋଲି ଜଣାପଡିଥିଲା । ପରେ ତାଙ୍କୁ ସେଠାରୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସତ୍ୟବ୍ରତଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ତଦନ୍ତରୁ ଏହା ଏକ ତ୍ରୀକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ବୋଲି ଜଣା ପଡିଥିଲା ।

ଅଭିଯୁକ୍ତା ପ୍ରେମିକା ଲିଜା ସହିତ ହତ୍ୟାକାରୀ ଦୀନେଶର ପୂର୍ବରୁ ସମ୍ପର୍କ ରହିଥିଲା । ତେବେ ପରେ ସତ୍ୟବ୍ରତ ଲିଜା ସମ୍ପର୍କରେ ଆସିଥିଲା । ଘଟଣାଦିନ ଅର୍ଥାତ ୯ ତାରିଖ ରାତିରେ ସତ୍ୟବ୍ରତ ନିଳାଦ୍ରୀବିହାର ସ୍ଥିତ ଲିଜା ଘରକୁ ଭାଲେଣ୍ଟାଇନ ଡେ'ପାଳନ କରିବାକୁ ଆସିଥିବାବେଳେ ସେଠାରେ ଅଚାନକ ପହଞ୍ଚିଯାଇଥିଲା ଦୀନେଶ । ୩ ଜଣଙ୍କ ମଧ୍ୟରେ କିଛି ସମୟ ସେଠାରେ ଝଗଡା ହେବା ପରେ ଦୀନେଶ ଏକ ଛୁରୀରେ ସତ୍ୟବ୍ରତର ତଣ୍ଟି କାଟି ଦେଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ତଦନ୍ତ ଜାରି ରହିଛି । 

ଅନ୍ୟପଟେ ସତ୍ୟବ୍ରତକୁ ନେଇ ଖୁଲାସା ହୋଇଛି । ସତ୍ୟବ୍ରତ ବିବାହିତ ହୋଇଥିବାବେଳେ ତାର ଗୋଟିଏ ଝିଅ ମଧ୍ୟ ରହିଛି । ଏ ନେଇ ପ୍ରେମିକା ଲିଜା କାଣ୍ଡି ଅବଗତ ନ ଥିଲା । ଜାଣିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଘଟଣାରେ ପ୍ରେମିକା ଲିଜା ମଧ୍ୟ ଅଟକ ରହିଛି । 

Tags: