ସୁନ୍ଦରପଦା ବିସ୍ଫୋରଣ ଘଟଣାରେ NIA ତଦନ୍ତ

ସୁନ୍ଦରପଦା ବିସ୍ଫୋରଣ ଘଟଣାରେ NIA ତଦନ୍ତ
Samaya Live News Picture
Published On

ଭୁବନେଶ୍ବର : ଭୁବନେଶ୍ବର ସୁନ୍ଦରପଦା ନ୍ୟୁ ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲା NIA । ବିସ୍ଫୋରଣ ଘଟଣାରେ ଅପରାଧିକ ଲିଙ୍କ୍, ଆତଙ୍କୀ ହମଲା ସମ୍ପର୍କିତ ତଦନ୍ତ କରିବ NIA । ବିସ୍ଫୋରଣ ପଛରେ ହାଇ ପ୍ରୋଫାଇଲ୍ ବିସ୍ଫୋରକ । ବିପୁଳ ପରିମାଣର ରସାୟନିକ ପାଉଡର ନେଇ ବଡ଼ ଷଡଯନ୍ତ୍ର ସନ୍ଦେହ । ଯେଉଥିପାଇଁ ନିଜ ଆଡୁ ମାମଲା ରୁଜୁ କଲା NIA । ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦନଗରରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଏବଂ ତାଙ୍କ ମାଆଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ଦିଲ୍ଲୀ ର ଅନୁମତି କ୍ରମେ କେସ ନମ୍ବର ୧/୨୬ରେ ମାମଲା ରୁଜୁ କରି ତଦନ୍ତ ଜୋରଦାର । କମିସନରେଟ ପୋଲିସ ଠୁ କେସ ଡିଟେଲ ନିଜ ପାଖକୁ ନେବ NIA ଟିମ । ବିସ୍ଫୋରଣ ଓ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ର କାରବାରକୁ ନେଇ NIAର ନଜର । ହାଇ ପ୍ରୋଫାଇଲ୍ ବିସ୍ଫୋରକ ସପ୍ଲାୟ କୁ ନେଇ ହେବ ତଦନ୍ତ।  ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ RDXର ବ୍ୟବହାର, ମୁଫିର ଆନ୍ତରାଜ୍ୟ ଲିଙ୍କ୍, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ହୋଇପାରେ ଅଧିକ ଖୋଳତାଡ଼ । 

ଗତ ୨୭ ଜାନୁଆରୀ ରେ ଘଟିଥିଲା ବିସ୍ଫୋରଣ । ଏୟାରଫିଲ୍ଡ ଥାନା ଆଜାଦ ନଗରରେ ଘଟିଥିଲା ଘଟଣା । ଛାତ ଉପରେ ବୋମା ପ୍ରସ୍ତୁତ ବେଳେ ଫୁଟିଥିଲା ବୋମା । ଯେଉଁଥିରେ ଆହତ ହୋଇଥିଲେ ମୁଖ୍ୟ ଅଭିଯୁକ୍ତ ସେହେନବାଜ ମଲ୍ଲିକ ,ନିଜାତୁନ ବିବି ଓ ଅମୀୟ ମଲ୍ଲିକଙ୍କ ବାନ୍ଧବୀ । କିନ୍ତୁ ବିସ୍ଫୋରଣ ରେ ପୋଡି ହୋଇଯାଇଥିବା ଯୋଗୁଁ  ଚିକିତ୍ସାଧିନ ଅବସ୍ଥାରେ ସେହନେବାଜ ଏବଂ ତାଙ୍କ ମା' ନିଜାତୁନ ବିବି ମୃତ୍ୟୁ ବରଣ କରିଥିଲେ । ସେହି ସମୟରେ ବୋମା ବିସ୍ଫୋରଣ ଘଟଣାରେ NIA  ତଦନ୍ତ ଆରମ୍ଭ କରିଥିଲା । NIAର ଟିମ୍ ସ୍ପଟ୍ ଭିଜିଟ୍ କରିବା ସହ ଯାଞ୍ଚ ଆରମ୍ଭ କରିଥିଲା । ଏହି ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ଲିଙ୍କ୍ ଅଛି ନା ନାହିଁ ତାର ଖୋଳତାଡ଼ ଚାଲିଥିଲା ।

 

Tags: