ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣା ଏନଆଇଏ ତଦନ୍ତ ଜୋରଦାର
By: Samaya Live News
ଭୁବନେଶ୍ୱର : ସୁନ୍ଦରପଦା ଆଜାଦ ନଗର ବୋମା ବିସ୍ଫୋରଣ ଘଟଣା । ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ଏନଆଇଏ । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜୋରଦାର କରିଛି ଏନଆଇଏ ।ଦୁଇ ଜଣଙ୍କ ମୃତ୍ୟୁ ପରେ ଘଟଣାକୁ ଗୁରୁତର ଭାବେ ନେଇଛିଏନଆଇଏ ଟିମ । ତଦନ୍ତକାରୀ ଟିମ୍ ସ୍କାନର ରେ ବିସ୍ଫୋରକ ଯୋଗାଇଥିବା ସଂସ୍ଥା । ସେପଟେ ମୃତ ସେହନେବାଜ ମଲ୍ଲିକ୍ ର ଆକାଉଣ୍ଟ ଷ୍ଟେଟମେଣ୍ଟ ଉପରେ ଯାଞ୍ଚ ହେଉଛି । ଆର୍ଥିକ କାରବାର ନେଇ ଚାଲିଛି ଖୋଳତାଡ଼ । ବ୍ୟବହୃତ ବିସ୍ଫୋରକର କିଛି ନମୁନା ନେଇ ତଦନ୍ତ କରୁଛି ଟିମ । ଗତ ୨୭ ତାରିଖରେ ଭୁବନେଶ୍ୱର ସୁନ୍ଦରପଦା ଆଜାଦନଗରରେ ବୋମା ଭିଡିବା ବେଳେ ଛାତ ଉପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ୪ ଜଣ ଗୁରୁତର ହୋଇଥିଲା । ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ।
ସମ୍ବନ୍ଧିତ ଖବର ଆସନ୍ତା ୧୬ ତାରିଖରେ ପ୍ରକାଶ ପାଇବ ଜେଇ ମେନ ସେସନ୍ -୧ ପରୀକ୍ଷାଫଳ
Tags:



