ପହଲଗାମ ଆକ୍ରମଣ ଘଟଣାରେ ଚାର୍ଜସିଟ ଦଖଲ କଲା ଏନଆଇଏ

ପହଲଗାମ ଆକ୍ରମଣ ଘଟଣାରେ ଚାର୍ଜସିଟ ଦଖଲ କଲା ଏନଆଇଏ
Samaya Live News Picture
Published On

ଜାମ୍ମୁ : ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଗତ ଚାର୍ଜସିଟ୍ ଦାଖଲ କରିଛି ଏନଆଇଏ  । ଡିସେମ୍ବର ମାସ ୧୫ ତାରିଖରେ ଏନଆଇଏ ପକ୍ଷରୁ ଜମ୍ମୁର ଏକ ସ୍ଵତନ୍ତ୍ର କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀର ପରିଚୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ଆକ୍ରମଣର ମୁଖ୍ୟଷଡ଼ଯନ୍ତ୍ରକାରୀକୁ ଧରାଇଦେବା ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ।

ସୂଚନାନୁସାରେ,ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ଏହି ଷଡଯନ୍ତ୍ର କରିଥିବା ନେଇ ଏନଆଇଏକୁ ପ୍ରମାଣ ମିଳିଛି । ପାକିସ୍ତାନରେ ରହୁଥିବା ଲସ୍କର-ଏ-ତୋଇବା କମାଣ୍ଡର ସାଜିଦ୍ ଭଟ୍ଟ ଏହି ଆକ୍ରମଣର ମୁଖ୍ୟ ନାୟକ ଥିଲା । ସେ ପାକିସ୍ତାନରେ ରହି ଆକ୍ରମଣ ପରିଚାଳନା କରୁଥିଲା । ତାକୁ ଧରାଇଦେବା ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । ଆକ୍ରମଣ କରିଥିବା ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ଫୈସଲ, ହବିବ ଓ ହାମଜ ନାଁ ଚାର୍ଜସିଟରେ ଅଛି । ଜୁଲାଇ  ଶ୍ରୀନଗରରେ ସୁରକ୍ଷା ବାହିନୀ ସହ ଗୁଳିବିନିମୟରେ ଏମାନେ ନିହତ ହୋଇଛନ୍ତି । ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସରଣ ଘାଟିରେ ଆତଙ୍କବାଦୀ ୨୫ଜଣ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ନିର୍ମମ ହତ୍ୟା କରିଥିଲେ ।

ସେପଟେ,ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ ୨୬ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଓଡ଼ିଶାର ବାଲେଶ୍ୱର ଇଶାଣୀ ଗାଁର ପ୍ରଶାନ୍ତ ଶତପଥୀ ଥିଲେ । ଏହି ଚାର୍ଜସିଟ୍ ଦାଖଲ ହେବା ପରେ ତୁରନ୍ତ ଦୋଷୀଙ୍କୁ ଦଣ୍ଡ ଦେବା ସହିତ ପୁନର୍ବାର ଏପରି ଘଟଣାର ଆବୃତ୍ତି ନ ଘଟୁ । ମୋ ଭାଇ ବୁଲିବାକୁ ଯାଇଥିବା ବେଳେ ତାଙ୍କ ପୁଅ ଓ ସ୍ତ୍ରୀ ଆଗରେ ଯେଉଁ ବର୍ବରଚିତକାଣ୍ଡ ଆତଙ୍କବାଦୀମାନେ ଘଟାଇଲେ ସେମାନଙ୍କୁ ଦଣ୍ଡ ମିଳୁ ବୋଲି ପ୍ରଶାନ୍ତ ଶତପଥୀଙ୍କ ଭାଇ ସୁଶାନ୍ତ ଶତପଥୀ କହିଛନ୍ତି । 

Tags: