ବିସ୍ଫୋରକ ଲୁଟ,୧୧ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା NIA

ବିସ୍ଫୋରକ ଲୁଟ,୧୧ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା NIA

ଭୁବନେଶ୍ୱର : ୪ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାରେ ୧୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା NIA । ବିସ୍ଫୋରକ ଗୁଡିକୁ ସୁନ୍ଦରଗଡ଼ ITMA  ବାରୁଦ ଗୋଦାମରୁ ବାଙ୍କୋ ପଥର ଖଣିକୁ ନିଆଯାଉଥିବା ବେଳେ ଲୁଟ ହୋଇଥିଲା । CPI ମାଓଇଷ୍ଟ ଟେରର ଅର୍ଗନାଇଜେସନର ୧୦ ରୁ ୧୫ ଜଣ ସଦସ୍ୟ ମାନେ ଏହାକୁ ଲୁଟ୍ କରିଥିବା ଚାର୍ଜସିଟ୍ ରେ ଉଲ୍ଲେଖ କରାଯାଇଛି । ଏହି ୧୧ ଜଣଙ୍କ ବିରୋଧରେ ୟୁଏ(ପି) ଆକ୍ଟ, ବିଏନ୍‌ଏସ୍, ଆର୍ମ୍ସ ଆକ୍ଟ ର ବିଭିନ୍ନ ଧାରରେ ମାମଲା ରୁଜୁ କରାଯାଇଛି ।

ସମ୍ବନ୍ଧିତ ଖବର ହସ୍ପିଟାଲରେ ଆଖି ବୁଜିଲେ ଆତ୍ମାହୁତି ପୀଡିତା

ତେବେ ତଦନ୍ତ ବେଳେ, ଜଣାପଡିଛି ଏହି ୧୧ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ର କରିବା ସହ ଅସ୍ତ୍ରଶସ୍ତ୍ର ଲଗାଇ ୨୦୦ ବିସ୍ଫୋରକ ପ୍ୟାକେଟ ଲୁଟି ନେଇଥିଲେ । ଯେଉଁଥିରେ ଗୋଟିଏ ପ୍ୟାକେଟରେ ୨୦ କେଜି ଲେଖାଏଁ ଜିଲୋଟିନ ଷ୍ଟିକ ମହଜୁ ଥିଲା । ଅଭିଯୁକ୍ତ ମାନେ ଏହାକୁ ସୁନ୍ଦରଗଡ଼ ଓ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ଲୁଚାଇ ରଖିଥିବାବେଳେ ପୋଲିସ ଏହାକୁ ଜବତ କରିଥିଲା । ଏହି ଘଟଣାରେ ହଜାରେ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିବା ସହ ଏବେବି NIA ତାର ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର ରାଜ୍ୟରେ ଚାଲିଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି - ମନ୍ତ୍ରୀ

Tags: