ମାମୁଁ ଆକ୍ରମଣରେ ଭଣଜାଙ୍କ ମୃତ୍ୟୁ
By: Samaya Live News
ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଭାପୁର ନାଥସାହିରେ ଅଘଟଣ । ସାମାନ୍ୟ କଥାକୁ ନେଇ ଭଜଣାକୁ ଭୁଜାଲି ଭୁସି ହତ୍ୟା କରିଛି ମାମୁଁ । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ନାଥସାହିର ୧୯ ବର୍ଷୀୟ ଲିପୁ ନାଥ । ହତ୍ୟା ଅଭିଯୁକ୍ତ ମାମୁଁ ମିଥୁନ ନାଥ ଫେରାର ରହିଛି । ମୃତଦେହ ଜବତ କରି ଛାନଭିନ୍ କରୁଛି ବାଲିପାଟଣା ଥାନା ପୋଲିସ । ତେବେ ଲିପୁନ ଘରର ଏକମାତ୍ର ପୁତ୍ର ହୋଇଥିବା ବେଳେ ଅଭିଯୁକ୍ତ ମାମୁଁ ନାଁରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ଥାନାରେ ରହିଛି ।
ସମ୍ବନ୍ଧିତ ଖବର ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପିଜି ଛାତ୍ରଙ୍କ ଆତ୍ମହତ୍ୟା
ସମ୍ବନ୍ଧିତ ଖବର ପୁରୀରେ ୭୨ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦେଶ
Tags:



