ନୟାପଲ୍ଲୀ ବବ୍ଲୁ ହତ୍ୟାକାଣ୍ଡ,୫ ଗିରଫ

ନୟାପଲ୍ଲୀ ବବ୍ଲୁ ହତ୍ୟାକାଣ୍ଡ,୫ ଗିରଫ

ଭୁବନେଶ୍ୱର : ନୟାପଲ୍ଲୀ ଥାନା ୟୁନିଟ -୮ ଅଞ୍ଚଳର ଜିତେନ୍ଦ୍ର ଦାସ ଓରଫ ବବ୍ଲୁ ହତ୍ୟା କାଣ୍ଡ । ମୁଖ୍ୟ ଅଭିଯୁକ୍ତଙକ ସମେତ ୫ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଭୁବନେଶ୍ୱର ଉପକଣ୍ଠରୁ  ସମସ୍ତଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ପୂର୍ବରୁ ଜଣେ ନାବାଳକଙ୍କ ସହ ଅନ୍ୟ ଜଣକୁ ଗିରଫ କରାଯାଇଥିଲା। ଗତ ଡିସେମ୍ବମ୍ବର ୨୭ ତାରିଖ ରାତିରେ ଗାଡି ପାର୍କିଂ କରୁଥିବାବେଳେ ଦୁର୍ବୁତ୍ତଙ୍କ ଆକ୍ରମଣରେ ଶିକାର ହୋଇଥିଲେ ମୃତ ଜିତେନ୍ଦ୍ର ଦାସ । ଚିକିତ୍ସିତ ଅବସ୍ଥାରେ ଜାନୁଆରୀ ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ତ୍ରୀକୋଣୀୟ ପ୍ରେମରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସକୁ  ସୂଚନା ମିଳିଥିଲା  । ସମସ୍ତ ଅଭିଯୁକ୍ତଂକୁ ଆଜି କୋର୍ଟ ଚାଲାଣ କରିବ ପୋଲିସ  ।

ସମ୍ବନ୍ଧିତ ଖବର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ସୂଚନାନୁସାରେ, ନୟାପଲ୍ଳୀ ନୂଆସାହିର ଜିତେନ୍ଦ୍ର ଦାସ ଓରଫ ବବ୍ଲୁ(୩୦)ଙ୍କୁ ଗତ ଡିସେମ୍ବର ୨୭ ତାରିଖରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଗୁରୁତର କରିଥିଲେ ଦୁର୍ବୁତ୍ତ । ଏହି ଘଟଣାରେ ମାଷ୍ଟର ମାଇଣ୍ଡ ଥିଲା ସ୍ଥାନୀୟ ଅଞ୍ଚଳର ଜଣେ ଅସାମାଜିକ ଯୁବକ ନଣ୍ଡା ଓ ତାର ସହଯୋଗୀମାନେ । ବବ୍ଲୁ ଜୀବନ ବିକଳରେ ଦୌଡୁ ଥିବାବେଳେ ତଳେ ପଡ଼ିଯିବା ପରେ ଆଖପାଖ ଲୋକେ ଉଠି ଆସିଥିଲେ । ଏହି ସମୟରେ ଆକ୍ରମଣକାରୀ ମାନେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇବା ସହ ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ସେମାନେ ଏକ ଅଟୋରେ ବସି ପଳାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବବ୍ଲୁଙ୍କୁ ଉଦ୍ଧାର କରି ପୁଲିସ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରେମ ବିବାଦ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ପୋଲିସ ଜାଣିବାକୁ ପାଇଥିଲା । ଘଟଣାରେ ନୟାପଲ୍ଲୀ ଥାନା ପୁଲିସ୍ ଜଣେ ନାବାଳକଙ୍କ ସହ ଅନ୍ୟ ଜଣକୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ନଣ୍ଡା ଓ ତାର ସହଯୋଗୀ ଫେରାର ହୋଇଯାଇଥିଲା । 

ସମ୍ବନ୍ଧିତ ଖବର ନକଲି ଚାଷୀଙ୍କୁ ସରକାର ଦେବେ ସୋ କଜ ନୋଟିସ

 

ସମ୍ବନ୍ଧିତ ଖବର ପ୍ରମିଳା ମଲ୍ଲିକଙ୍କ ଘରେ ବିଜେଡି ବରିଷ୍ଠ ନେତାଙ୍କ ମେଳି

Tags: