ମୋ ନାତୁଣୀ ୪୨୦, ସୁଧୀରଙ୍କ ବାପା

ମୋ ନାତୁଣୀ ୪୨୦, ସୁଧୀରଙ୍କ ବାପା
Samaya Live News Picture
Published On

ବ୍ରହ୍ମପୁର : ଗୋପାଳପୁର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ସୁଧୀରଙ୍କ ବାପା ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ମୋ ନାତୁଣୀ ୪୨୦, ପୁଅ ହତ୍ୟା ଷଡ଼ଯନ୍ତ୍ରରେ ନାତୁଣୀ - ନାତୀ ସାମିଲ। ନାତୁଣୀ ନିବେଦିତା- ନାତୀ ତୁଷାର ସୁପାରୀ ଦେଇ ଦାଦାର ହତ୍ୟା କରିଛନ୍ତି । ସବୁ ସମ୍ପତ୍ତି ମୋ ନାଁରେ ଅଛି । ବଡ଼ପୁଅ ଓ ସାନପୁଅ ପାଖରେ ଟଙ୍କାର ଅଭାବ ନାହିଁ । ଦୁଇ ଭାଇଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ସୁଧୀରଙ୍କ କାହା ସହିତ ଶତ୍ରୁତା ନଥିଲା । ନାତୁଣୀ ନିବେଦିତାଙ୍କ ବିବାହ ପ୍ରସ୍ତାବ ଖୋଜୁଥିଲେ ସୁଧୀର । ସେହିପରି ବଡ଼ ପୁଅ ତଥା ନିବେଦିତା ଓ ତୁଷାରଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ପୁରା ଦାୟିତ୍ୱ ନେଇଥିଲେ ସୁଧୀର । ଏପରିକି ପୁତୁରା ତୁଷାରଙ୍କୁ ମଧ୍ୟ ପାଖରେ ରଖି ସମସ୍ତ ବ୍ୟବସାୟ କାମ ଶିଖାଇଥିଲେ । 

ଅନ୍ୟପଟେ, ସୁଧୀରଙ୍କ ଝିଅ ଏକ ଆଞ୍ଚଳିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଇର୍ଷା ଯୋଗୁ ସେମାନେ ବାପାଙ୍କୁ ମାରି ଦେଇଛନ୍ତି । ଭାଇ ତୁଷାର ଓ ବଡ଼ ଭଉଣୀ ନିବେଦିତା ଏମିତି କରିଥିବେ ବୋଲି ବିଶ୍ବାସ ହେଉନି । ବଡବୋଉ କହିଥିଲେ ତମକୁ କେବେ ଶାନ୍ତିରେ ରହିବାକୁ ଦେବୁନି। ବାପା ନିବେଦିତାଙ୍କ ପାଇଁ ଭଲ ପ୍ରସ୍ତାବ ଖୋଜୁଥିଲେ । ଏପରିକି ସେ କାହାକୁ ଭଲପାଉଛନ୍ତି କି ବୋଲି ମଧ୍ୟ ପଚରା ଯାଇଥିଲା । ତେବେ ସେହି ସମୟରେ ନିବେଦିତା ସୁଧିରଙ୍କୁ କହିଥିଲେ ଦାଦା ଯେଉଁଠି ଠିକ କରିବେ ସେଇଠି ବିବାହ କରିବେ ବୋଲି ।

ସୂଚନାନୁସାରେ, ସୁଧୀରଙ୍କୁ ଗତ ୧୫ତାରିଖ ଦିନ ସନ୍ଧ୍ୟାରେ ଷଡଯନ୍ତ୍ର କରି ଝିଆରୀ ନିବେଦିତା ପାତ୍ର ଓ ତାଙ୍କ ବୟଫ୍ରେଣ୍ଡ କାଳୁ ପ୍ରଧାନ ମିଶି ଅପହରଣ ପରେ ସୁପାରୀ କିଲର ଲଗାଇ ହତ୍ୟା କରିଥିଲେ ।ଏହି ଘଟଣାରେ ପୁଲିସ ଗୁରୁବାର ୯ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ସେମାନେ ଏବେ ବ୍ରହ୍ମପୁର ଜେଲ୍ ହାଜତରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଆଜି ରିମାଣ୍ଡରେ ନେବାକୁ ବ୍ରହ୍ମପୁର ପୁଲିସ ଜେଏମ୍ଏଫ୍‌ସି  (ଗ୍ରାମାଞ୍ଚଳ) କୋର୍ଟରେ ଆବେଦନ କରିଥିଲା । କୋର୍ଟ ତାଙ୍କୁ ୩ ଦିନିଆ ରିମାଣ୍ଡ ନେବାକୁ ଅନୁମତି ପ୍ରଦାନ କରିଛନ୍ତି ।ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ପୁଣି କୋର୍ଟ ହାଜର କରିବ । ମୁଖ୍ୟ ଅଭିଯୁକ୍ତ ନାରାୟଣ ପ୍ରଧାନ, ସୁପାରି କିଲର୍ ସୂର୍ଯ୍ୟପ୍ରତାପ ସିଂହ ଓରଫ୍ ଗୋଲୁ, କାଳୁ ଚରଣ ପ୍ରଧାନ, ଜିତୁନ୍ ପଲେଇ, ଆଶିଷ ମହାପାତ୍ରଙ୍କୁ ୩ ଦିନିଆ ରିମାଣ୍ଡ ନେବାକୁ ଅନୁମତି ମିଳିଛି । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ପରେ ଆଉ କିଛି ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି।

Tags: