MV କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ଦେହାନ୍ତ
ଭୁବନେଶ୍ୱର : ନିଆଁରେ ପୋଡି ହୋଇ ଗୁରୁତର ହୋଇଥିବା MVକନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ଦେହାନ୍ତ ।୮୦% ପୋଡି ହୋଇ ଭୁବନେଶ୍ୱର ଏମ୍ସ ର ବର୍ଣ୍ଣ କେୟାର ୟୁନିଟ ରେ ଚିକିତ୍ସିତ ହେଉଥିବାବେଳେ ୨ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ସେ ଭେଣ୍ଟିଲେଟରରେ ଥିଲେ। ଆଜି ସକାଳେ ତାଙ୍କର ଦେହାନ୍ତ ଘଟିଥିବା ନେଇ ସୂଚନା ଦେଇଛନ୍ତି ଆଶୁତୋଷଙ୍କ ଭଉଣୀ । ଚିକିତ୍ସିତ ଅବସ୍ଥାରେ ଆଶୁତୋଷଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଆଶୁତୋଷଙ୍କୁ ତାଙ୍କ ପତ୍ନୀ ସନ୍ଧ୍ୟା ନାଏକ ଓ ଶାଳକ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି କହୁଥିବାର ଶୁଣାଯାଇଥିଲା। ଆଶୁତୋଷଙ୍କ ପତ୍ନୀ ମଧ୍ୟ ବ୍ରହ୍ମପୁରରେ କନ୍ଷ୍ଟେବଳ ଭାବରେ କାର୍ଯ୍ୟରତ ଅଛନ୍ତି । ଘଟଣା ଦିନ ସେ ପତ୍ନୀଙ୍କ କ୍ୱାର୍ଟରକୁ ଯାଇଥିବାବେଳେ ସେଠାରେ ପତ୍ନୀ ଏବଂ ଶାଳକ ତାଙ୍କ ଉପରକୁ ପେଟ୍ରୋଲ ଫୋପାଡ଼ିଥିଲେ ,ତେବେ ଜୀବନ ବିକଳରେ ଆଶୁତୋଷ ଦୌଡ଼ି ଚାଲି ଆସୁଥିବାବେଳେ ତାଙ୍କ ଉପରକୁ ଦିଆସିଲି ଜାଳି ଫୋପାଡ଼ିଥିଲେ । ଏହି ସମୟରେ ସେ ଜଣେ ପଡୋଶୀଙ୍କ ଘରକୁ ପଶିଯାଇ ଜୀବନ ବଞ୍ଚାଇଥିଲେ ।




