ଜମି ବିବାଦରୁ ହତ୍ୟା, ୧୯ ବର୍ଷ ପରେ ଆସିଲା ରାୟ
ଉମରକୋଟ : ଜମି ବିବାଦରୁ ହତ୍ୟାକାଣ୍ଡ । ଦୀର୍ଘ ୧୯ ବର୍ଷ ପରେ ଆସିଲା ରାୟ । ୮ଜଣ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଉମରକୋଟ ଜିଲ୍ଲା ଦୌରାଜଜ । ଏହାସହ ସହ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଜରିମାନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡଦେଶ ନିର୍ଦେଶ ରହିଛି। ଅଭିଯୁକ୍ତ ମାନେ ହେଉଛନ୍ତି ,ସଲିମ ଭତ୍ରା, ରୂପାଧର ଭତ୍ରା, ଲଛିମୀ ଭତ୍ରା, ରବି ଭତ୍ରା, ମଙ୍ଗୁଲୁ ଭତ୍ରା, ଲକ୍ଷ୍ମୀଧର ଭତ୍ରା, ରାମ ଭତ୍ରା ଏବଂ ବଣ୍ଡା ଭତ୍ରା । ତେବେ ଏହି ଘଟଣାରେ ବିଦ୍ୟା ଭତ୍ରା ଏବଂ ହରିଚାନ୍ଦ ଭତ୍ରା ନାମକ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ନଥିବାରୁ ସେମାନଙ୍କୁ ନିର୍ଦ୍ଦୋଷ ଘୋଷଣା କରାଯାଇଛି ।
ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଅଦାଲତ, ଉମରକୋଟ ବିଚାରପତି ସୁନୀତା ପଟ୍ଟନାୟକ ଏହି ମାମଲାର ବିଚାର କରି ରାୟ ପ୍ରକାଶ କରିଥିଲେ । ସମୁଦାୟ ୨୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ବୟାନ ଅନୁସାରେ ସରକାରୀ ଓକିଲ ଅଶୋକ କୁମାର ପାଢ଼ୀ ମାମଲା ପରିଚାଳନା କରିଥିଲେ ।
ଘଟନାନୁସାରେ, ୨୦୦୭ ମସିହାରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝାଲିଆଗୁଡ଼ା ଗାଁରେ ଜମିବାଡ଼ି ବିବାଦକୁ ନେଇ ରଘୁନାଥ ଭାତ୍ରାଙ୍କୁ ହତ୍ୟା କରାଯାଇଥିଲା । ଘଟଣା ପରେ, ସିଂସାରୀ ପୋଲିସ ଆଉଟପୋଷ୍ଟରେ ଏକ ମାମଲା ରୁଜୁ କରାଯାଇଥିଲା । ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଖଣ୍ଡା ବନ୍ଧୁକ ଏବଂ ଠେଙ୍ଗା ଇତ୍ୟାଦି ଜବତ କରିଥିଲା । ସରକାରୀ ଓକିଲ ଅଶୋକ କୁମାର ପାଢ଼ୀ ଅଭିଯୋଗକାରୀ ପକ୍ଷ (ପ୍ରୋସିକ୍ୟୁସନ୍) ପକ୍ଷରୁ ମାମଲା ପରିଚାଳନା କରିଥିଲେ । ପ୍ରାୟ ୧୯ ବର୍ଷର ଆଇନଗତ ପ୍ରକ୍ରିୟା ପରେ, ସେସନ୍ସ ଜଜ୍ ସୁନିତା ପଟ୍ଟନାୟକ ୮ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟରେ ଉପସ୍ଥାପିତ ପ୍ରମାଣ ଏବଂ ୨୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏହି ରାୟ ଦିଆଯାଇଛି ।




