ଇଡି ନଜର ରେ ମୁଖତାର ଆନସାରୀ ,ଦିଲ୍ଲୀ-ଲକ୍ଷ୍ନୌ ସମେତ ୧୧ ସ୍ଥାନରେ ଚଢ଼ାଉ ଜାରି

ଉତ୍ତରପ୍ରଦେଶ :ଇଡି ନଜରରେ ଉତ୍ତରପ୍ରଦେଶ ର ବାହୁବଳୀ ନେତା ମୁଖତାର ଆନସାରୀ I ମନି ଲଣ୍ଡ୍ରି ମାମଲାରେ ଜେଲ ରେ ବନ୍ଦ ଥିବା ଆନସାରୀ ର ଦିଲ୍ଲୀ ,ଲକ୍ଷ୍ନୌ,ମୋୖ ସମେତ ୧୧ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଇଡି I ଏହା ସହିତ ମୁଖତାର ଅନସାରୀଙ୍କ ଭାଇ ତଥା ବିଏସପି ସାଂସଦ ଆଫଜଲ ଅନସାରୀ ର ଦିଲ୍ଲୀ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଛି I ଦୀର୍ଘ ଦିନରୁ ଆନସାରୀ ର କଳା ସାମ୍ରାଜ୍ୟ ର ଗଡ଼ […]

Samaya Live Picture
Published On

ଉତ୍ତରପ୍ରଦେଶ :ଇଡି ନଜରରେ ଉତ୍ତରପ୍ରଦେଶ ର ବାହୁବଳୀ ନେତା ମୁଖତାର ଆନସାରୀ I ମନି ଲଣ୍ଡ୍ରି ମାମଲାରେ ଜେଲ ରେ ବନ୍ଦ ଥିବା ଆନସାରୀ ର ଦିଲ୍ଲୀ ,ଲକ୍ଷ୍ନୌ,ମୋୖ ସମେତ ୧୧ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଇଡି I ଏହା ସହିତ ମୁଖତାର ଅନସାରୀଙ୍କ ଭାଇ ତଥା ବିଏସପି ସାଂସଦ ଆଫଜଲ ଅନସାରୀ ର ଦିଲ୍ଲୀ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଛି I

ଦୀର୍ଘ ଦିନରୁ ଆନସାରୀ ର କଳା ସାମ୍ରାଜ୍ୟ ର ଗଡ଼ କୁହାଯାଉଥିବା ମହମ୍ମଦIଵାଦ ଘରେ ଚଢ଼ାଉ କରାଯାଇଥିଲା I ତାଙ୍କର ତିନି ଜଣ ଘନିଷ୍ଠ ସହଯୋଗୀ ବିକ୍ରମ ଅଗ୍ରହାରୀ ,ଗଣେଶ ମିଶ୍ର ଓ ଖାଁ ବସ ସର୍ଭିସ ର ମାଲିକ ଙ୍କ ଘରେ ମଧ୍ୟ ଆଜି ସକାଳ ୭ ଟାରୁ ଇଡି ଚଢ଼ାଉ ଆରମ୍ଭ କରିଛି I ୨୦୨୧ ର ହଜରତଗଞ୍ଜର ଦଲିବାଗ ଠାରେ ଶତ୍ରୁ ସମ୍ପତ୍ତି ମାମଲାରେ ଏହି ଘୋଟଲା ହୋଇଥିଲା Iମୁଖତାର ଏବଂ ତାଙ୍କ ପୁତ୍ର ଅବ୍ବାସ ଅନସାରୀ ଏବଂ ଉମର ଅନସାରୀଙ୍କ ବିରୋଧରେ ଲେଖପାଲ ଏହି ମାମଲା ଦାୟର କରିଥିଲେ।

ସୂଚନାନୁସାରେ ଉତ୍ତର ପ୍ରଦେଶ ମୋୖ ଜିଲ୍ଲାରୁ ବହୁଜନ ସମାଜବାଦୀ ପାର୍ଟିରୁ ବିଧାୟକ ବିଧାୟକ ଥିଲେ ମୁଖତାର ଆନସାରୀ I ରାଜନୀତି ଆଢୁଆଳରେ ରହି ସେ ତାଙ୍କର କଳା ସାମ୍ରାଜ୍ୟ ବିସ୍ତାର କରିଥିଲେ I ୟୁପି ପୋଲିସ ର ସୂଚନାନୁସାରେ ତାଙ୍କ ବିରୋଧ ରେ ୫୨ ରୁ ଅଧିକ ଅପରାଧକ ମାମଲା ରହିଛି I ଏହା ମଧ୍ୟରୁ ମାତ୍ର ୧୫ ଟି ମାମଲାର ଶୁଣାଣି ଆରମ୍ଭ ହେଉଛି I ବର୍ତ୍ତମାନ ପର୍ଯ୍ୟନ୍ତ ଅନସାରୀ ସହ ଜଡିତ ୯୬ ଜଣଙ୍କୁ ଗିରଫ କରାଯାଇଛି ଏବଂ ଗ୍ୟାଙ୍ଗଷ୍ଟର ମାନଙ୍କର ୧୯୨ କୋଟି ଟଙ୍କା ର ସମ୍ପତ୍ତି ଜବତ କରିଛି ୟୁପି ପୋଲିସ । ୨୦୦୫ ରେ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ହତ୍ୟାରେ ମୁଖ୍ୟ ଅଭିଯୁକ୍ତ ଥିଲେ ଅନସାରୀ ।