ଅଖା ଭିତରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର
କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଅଖା ଭିତରୁ ବାହାରିଲା ନିଖୋଜ ନାବାଳିକାର ମୃତଦେହ । କରଞ୍ଜିଆ ଏନଏସି ୱାର୍ଡ ନ ୧୫ ବଣସାହି ନିକଟରେ ଅଖା ଭିତରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ । ନିଖୋଜ ହୋଇଥିବା ନେଇ ଗତକାଲି ବିଳମ୍ବିତ ରାତିରେ ଥାନାରେ ଏତଲା କରିଥିଲେ ପରିବାର ଲୋକେ। ତାଙ୍କ ଘର କରଞ୍ଜିଆ ବଣସାହିରେ । ତେବେ ଘର ଠାରୁ ମାତ୍ର ୫୦୦ ମିଟର ଦୂରରେ ନାବାଳିକାର ମୃତଦେହ ମିଳିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ମୃତ ଛାତ୍ରୀ ଜଣକ କରଞ୍ଜିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୮ମ ଶ୍ରେଣୀରେ ପଢ଼ୁଥିଲେ । ଏନେଇ କରଞ୍ଜିଆ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହେଇଛି । ପ୍ରାଥମିକ ତଦନ୍ତରୁ କେହି ହତ୍ୟାକରୀ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ବାରିପଦାରୁ ସାଇଣ୍ଟିଫିକ ଟିମ ଆସିବା ପରେ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
ଖବର ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬.୩୦ ରୁ ୭ଟା ମଧ୍ୟରେ ନାବାଳିକା ଜଣକ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ କରଞ୍ଜିଆ ଥାନାରେ ଏତଲା ଦେଇଥିଲେ । ଆଉ ଆଜି ସକାଳ ପ୍ରାୟ ୭ଟା ସମୟରେ, ବଣସାହି ଅଞ୍ଚଳର ନିକଟସ୍ଥ ଘଞ୍ଜ ଜଙ୍ଗଲରେ କରଞ୍ଜକାଠି ଆଣିବାକୁ ଯାଇଥିବା ଜଣେ ମହିଳା ସନ୍ଦେହ ଜଣକ ଅବସ୍ଥାରେ ଏକ ଅଖା ପଡିଥିବାର ଦେଖିବାକୁ ପାଇଥିଲେ । ଅଖା ଖୋଲିବାରୁ ତା'ଭିତରୁ ନାବାଳିକାଙ୍କୁ ମୃତଦେହ ଥିବାର ଦେଖାଯାଇଥିଲା । ତାଙ୍କ ବେକରେ ଏକ ନାଲି ଦାଗ ଥିବାରୁ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ପୁଣି ଥରେ ଥାନାରେ ଅଭିଯୋଗ କରିଛନ୍ତି ।



