ନାବାଳକଙ୍କ ଛୁରା ମାଡ଼ରେ ନାବାଳକ ମୃତ

ନାବାଳକଙ୍କ ଛୁରା ମାଡ଼ରେ ନାବାଳକ ମୃତ
Samaya Live News Picture
Published On

ବଲାଙ୍ଗୀର : ନାବାଳକକୁ ହତ୍ୟା କଲା ନାବାଳକ । ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ମୃତକ ହେଲେ ନାବାଳକ ସାହିଲ ପଟେଲ । କୌଣସି କାରଣକୁ ନେଇ ଦୁଇ ନାବାଳକଙ୍କ ମଧ୍ୟରେ ବଚସା ପରେ ଘଟିଥିଲା ଛୁରାମାଡ଼ । ଗୁରୁତର ଅବସ୍ଥାରେ ସାହିଲଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଆଗଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ହତ୍ୟାର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ତଦନ୍ତ ଜାରି ରହିଛି ।

ଅନ୍ୟପଟେ, ତାସ୍ ଖେଳରୁ ଝଗଡ଼ା ହେବା ପରେ ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ନାବାଳକ ଘରୁ ଏକ ଛୁରି ଆଣି ମୃତ ନାବାଳକଙ୍କୁ ମାଡ଼ କରିଥିଲେ । ଛୁରାମାଡ଼ରେ ସାହିଲ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସାହିଲଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସାହିଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାର ଖବର ପାଇ ଆଗଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ନିଶା କାରଣ ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଆଲୋଚନା ହେଉଥିଲେ ହେଁ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ । ନାବାଳକଙ୍କ ମୃତ୍ୟୁ ପରେ ଆଗଲପୁର ଥାନାରେ ଉତ୍ତେଜନା ଦେଖାଦେଇଛି ।

 

 

Tags: